ରୋନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ସ୍କୁଲ ଦ୍ୱାରା ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୋନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ. ଏଡଭାନ୍ସ ପରୀକ୍ଷାରେ ସଫଳତା ପାଇଛନ୍ତ । ରୋନକ ସର୍ବ ଭାରତସ୍ତରରେ ୫୨ତମ ଓ ମନ୍ଥାନ ୧୦୦ ନଂବର ହୋଇଥିବା ବେଳେ ଓଡିଶାରେ ପ୍ରଥମ ଓ ତୃତୀୟ ସ୍ଥାନ ରଖିଛନ୍ତି । କଂଟାବାଂଜି ଲାୟନ୍ସ ପବ୍ଲିକ ସ୍କୁଲର ଦୁଇ ଛାତ୍ରଙ୍କ ସଫଳତାରେ ବୁଧବାର ଦିନ ସ୍କୁଲ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟର ପ୍ରିନସିପାଲ ଭି.ଭି. ରମଣମୂର୍ତି ସହ ବରିଷ୍ଠ ଶିକ୍ଷକ ଗଣ ଉପସ୍ଥିତ ରହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଉଭୟେ ଦୁଇ ଭାଇ ନିଜ ଦେଶ ଓ ଓଡିଶା ପାଇଁ କାମ କରିବା ସହିତ ନିଜ ଜନ୍ମମାଟି କଂଟାବାଂଜି ପାଇଁ କିଛି ନୂଆ କରି ଦେଖାଇବେ ବୋଲି ଆଶା ରଖିଛନ୍ତି । ଏହି ଅବସରରେ କଂଟାବାଂଜି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଶୁଭେଛା ଜଣାଇଛନ୍ତି ।

Leave A Reply

Your email address will not be published.