pr

ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଶେଷ ବର୍ଷ ଛାତ୍ରୀଙ୍କ ବିଦାୟ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଭାକୁ ଦ୍ଵିତୀୟ ବର୍ଷର ଛାତ୍ରୀ ବର୍ଷା ମେହେର ପରିଚାଳନା କରିଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ୱଳନ ହେବା ପରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ହିରାଲାଲ ସାହୁ, ଦେବେନ୍ଦ୍ର ସାହୁ, ନିର୍ମଳ ନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଶେଷରେ ଛାତ୍ରୀ ପ୍ରଜ୍ଞାପରିମିତା ବେହେରା ଧନ୍ୟବାଦ ଅର୍ପଣ କରାଥିଲେ । ଏ ଅବସରରେ ଆନ୍ତର୍ଜତୀୟ ଅଣ୍ଡର-୧୯ ଫୁଟବଲ୍ ଖେଳାଳି ଅନିଶା କୁମ୍ଭାର ଓ ତାଙ୍କର କୋଚ ସମ୍ପୂର୍ଣ୍ଣ କୁମାର ଭୋଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ମୃତିକୁ ସ୍ମରଣୀୟ କରିବା ପାଇଁ ଏନ୍‌ଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସୁନୀଲ କୁମାର ନନ୍ଦ, ସହଯୋଗୀ ଅଧ୍ୟାପିକା ଅଙ୍କିତା ବାବୁ, ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ, କାଉନସିଲର ଅଧ୍ୟାପିକା ନିଳୀମା ନାୟକ, ପ୍ରୋଗ୍ରାମ ଅଫିସର ସାଗର ପଧାନଙ୍କ ତତ୍ୱାବଧାନରେ ତୃତୀୟ ବର୍ଷ ବିଦାୟୀ ଛାତ୍ରୀମାନେ ୧୦୧ ଚାରା ରୋପଣ କରିଥିଲେ । ସ୍ନାତକ ମହାବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ସମେତ ଅଧ୍ୟାପିକା ଜ୍ୟୋତି ସାହୁ, ପିଙ୍କି ବାରିକ, ଅଧ୍ୟାପକ ନୀତେଶ ତାଣ୍ଡି, ନେପାଲ ବିଶ୍ଵାଲ, ଏବଂ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ପ୍ରଦୀପ କୁମାର ମିଶ୍ର, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର, ଆନନ୍ଦ ବେହେରା ଏଥିରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.