ସଇଁତଲା କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ଉତ୍କଳମଣି ଗୋପବନ୍ଧୁ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ଓଡିଶା ଓ ନବୀନ ଓଡିଶା କ୍ରୀଡା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବେଲଗାଁ କଲେଜ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଇଁତଲା ସାମ୍ବାଦିକ ପ୍ରମୋଦ ସେଲମା ଓ ସାମ୍ବାଦିକ ପ୍ରଦୀପ ବାଗ, ଯୋଗଦାନ କରି ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଉଭୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଏଥିରେ ଶାରୀରିକ ଶିକ୍ଷକ ପ୍ରଫୁଲ୍ଲ ରଣାଙ୍କ ତତ୍ତ୍ୱବଧାନରେ ଯୁକ୍ତ + ୨ କଳା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୧୦୦ ମିଟର ଦୌଡ଼, ୨୦୦ ମି, ୪୦୦ ମି, ୮୦୦ ମି, ୧୫୦୦ ମିଟର, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ୍‌ଫୁଟ୍‌, ଡ଼ିସ୍‌କସ୍‌ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସଟ୍‌ଫୁଟ୍‌ ଖେଳରେ ବିଜେତା ହୋଇଥିବା ଚୂଡ଼ାମଣି କୁମ୍ଭାର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୨ୟ ସ୍ଥାନରେ ତେଜରାଜ ରଣା ଓ ତୃତୀୟ ସ୍ଥାନରେ ଆସିପ ଖାନା ପ୍ରମୁଖ ବିବେଚିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷକ ବିନୋଦ ବିହାରୀ ବେହେରା ଓ ଶେଷଦେବ ବାରିକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଲଛମନ ବିଶି, ବାମନ ସା, ଦୀପ୍ତି ଦାସ, କ୍ଷୀରେଶ୍ୱର ପ୍ରଧାନ, ଅର୍ଚ୍ଚନା ମହଲା ଓ ଖିରେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.