ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସହିଦ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା ତରଫରୁ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କ ସହିଦ ଦିବସ ବିଭିନ୍ନ କ୍ୟାମ୍ପସରେ ପାଳନ କରାଯାଇଛି । ଏହି ସହିଦ ଦିବସ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ମଧ୍ୟ୍ ଫୁଲଦୀପ ଅର୍ପଣ କରି ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ରୂପେ ରାଜ୍ୟସହ ସମ୍ପାଦକ ବିଜୟ କଲତା ଉପସ୍ଥିତ ରହି ତ୍ୟାଗ, ବଳିଦାନ ଓ ଦେଶପ୍ରେମ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲାର ବିଦ୍ୟାର୍ଥୀ ବିସ୍ତାରକ ଲଳିତ ଦାସ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ବିଦ୍ୟାର୍ଥୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ରାଜ୍ୟକାର୍ୟ୍ୟକରିଣୀ ସଦ୍ୟସ୍ୟ ସନ୍ଦେଶ ବିଶ୍ୱାଳ ଆୟୋଜନ କରିଥେଲେ ଓ ଦୀପକ ଭୋଇ, ଉଦୟ ମେହେଟ୍ଟା, ରୀଙ୍କୁ ଗିଭେଳା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ସେହିଭଳି ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ଶାଖା ତରଫୁ ମଧ୍ୟ ଏହି କାର୍ୟ୍ୟକ୍ରମ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ପ୍ରଶାନ୍ତ ମାନସ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.