ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ସ୍କୁଟି ଆରୋହୀ ମୃତ

ବାରିପଦା : ଜାତୀୟ ରାଜପଥ-୧୮ର ପାଲବଣୀ ବାଇପାସ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍ ମାଡ଼ିଯିବାରୁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରାତି ପ୍ରାୟ ସାଢେ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁଇମୃତକ ଶିରିଶିବଣି ଶାମାଖୁଣ୍ଟା ଗାଁର ବୋଲି ଜଣାପଡିଛି । ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କର ମିଳିବା କଷ୍ଟ ହୋଇଛି । ଉଭୟଙ୍କୁ ୨୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା ଟ୍ରକ୍ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.