pr

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଆଇନ ସଚେତନତା କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାଶ ଏବଂ ଅତିରିକ୍ତ ଜିଲ୍ଲାଶ୍ରମ ଅଧିକାରୀ କୁମାରୀ ପୀନାମାଣି ସୋରେନଙ୍କ ମିଳିତ ଉଦ୍ରମରେ ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ଅନ୍‌ଲାଇନ୍‌ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ସଚିବ ଶ୍ରମିକ ଦିବସର ତାତ୍ପର୍ଯ୍ୟ, ମହତ୍ୱ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହ ପ୍ରତ୍ୟେକ ଶ୍ରମିକମାନଙ୍କର ମାନବୀୟ ଅଧିକାର ଏବଂ ବିଭିନ୍ନ ଶ୍ରମିକ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାବାଦ୍‌ ଶିଶୁ ଶ୍ରମିକ ନିରୋଧୀ ଆଇନ୍‌ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନାଭିମୁଖୀ ଆଇନ ସେବା ସହିତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ପ୍ରଚଳିତ ହେଲ୍‌ପ୍‌ ଲାଇନ୍‌ ନମ୍ବର ସମ୍ବନ୍ଦରେ ମଧ୍ୟ ତଥ୍ୟ ରଖିବା ସହ ଏହାର ବହୁଳ ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ । ଏହାପରେ ଅତିରିକ୍ତ ଶ୍ରମ ଅଧିକାରୀ, ବଲାଙ୍ଗିର ଶ୍ରମିକ ମାନଙ୍କ ପାଇଁ ପ୍ରଚଳିତ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ପରିଶେଷରେ ସଚିବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷଙ୍କ ବିଭିନ୍ନ ପ୍ରଶ୍ନ ଏବଂ ସମସ୍ୟାର ସମାଧାନ ଅତିରିକ୍ତ ଶ୍ରମ ଅଧିକାରୀଙ୍କ ସହଯୋଗରେ କରିଥିଲେ । ଏହା ସହ କରୋନା ମହାମାରୀଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରି ସଭା ସାଂଗ କରିଥିଲେ ।

nrusinghnath
Leave A Reply

Your email address will not be published.