om academy

ଶିଶୁ ଶ୍ରମ ନିରାକରଣ ନିମନ୍ତେ ଜିଲ୍ଲା ଶ୍ରମ ବିଭଗ ତରଫରୁ ସଚେତନତା ଶୋଭାଯାତ୍ରା

jsm
  • ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନାକୁ ପ୍ରତିହତ କରି ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ନିମନ୍ତେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ତରଫରୁ ୨୦୨୨ ମଇ ମାସ ୨୯ରୁ ଚଳିତ ମାସ ୧୨ ପର୍ଯ୍ୟନ୍ତ ବିବିଧ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆରମ୍ଭ ହୋଇଥିବା ଏହି ପାକ୍ଷିକ କାର୍ୟ୍ୟକ୍ରମ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ବେଳେ ଆଜି ଏହି ଅବସରରେ ବିଭଗ ତରଫରୁ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ଶୋଭାଯାତ୍ରା ଶିଶୁ ଶ୍ରମ ଓ ଶିଶୁ ନିର୍ୟାତନାର ବାର୍ତ୍ତା ନେଇ ସୋନପୁର ସହର ପରିକ୍ରମା କରିଛି । ଶିଶୁ ଶ୍ରମ ନିରାକରଣ ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରି ଜିଲ୍ଲାରେ ଶିଶୁ ଶ୍ରମ ତଥା ଶିଶୁ ନିର୍ଯ୍ୟାତନା ନିରାକରଣ ନିମନ୍ତେ ପ୍ରତ୍ୟେକ ସ୍ତରରେ ମାନବିକ ମୂଲ୍ୟବୋଧ ସମ୍ପର୍ଣ୍ଣ ପୂର୍ବକ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଶୋଭାଯାତ୍ରା ସହରର ସମସ୍ତ ଅଂଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ଉପରେ ସଚେତନତା କରାଇବ । ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଭାରପ୍ରାପ୍ତ ସଭାପତି ମଧୁସୁଦନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଜିଲ୍ଲା ଚାଇଲଡ୍‌ ଲାଇନ ଅଧିକାରୀ, ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ସାମ୍ବାଦିକ, ତଥା ବିଭାଗୀୟ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.