oom

ସ୍ୱର୍ଗତ ସଦାନନ୍ଦ ଦେବତାଙ୍କ ସ୍ମୃତି ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ତା.୦୩.୦୬.୨୦୨୫ ପୂର୍ବାହ୍ନ ୧୦ଘଟିକା ସମୟରେ ବଲାଙ୍ଗିର ଟାଉନ୍ ବାଳିକା ବିଦ୍ୟାଳୟ ଠାରେ ସ୍ୱର୍ଗତ ସଦାନନ୍ଦ ଦେବତା ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ସ୍ୱର୍ଗତ ଦେବତା ବଲାଙ୍ଗିର ସହରାଞ୍ଚଳରେ ଅନେକ ସାମାଜିକ ସଂଗଠନ ସୃଷ୍ଟି କରିଥିଲେ । ଜୟ ଜଗନ୍ନାଥ ସାଂସ୍କୃତିକ ସଂଘ, ବାଳ ବିକାଶ ସଂଗଠନ ଇତ୍ୟାଦିର ସେ ସୃଷ୍ଟି କରିଥିଲେ ।୨୦୦୫ରେ ଯେତେବେଳେ ଭାରତ ବର୍ଷରେ ସୂଚନା ଅଧିକାର ଆଇନ୍ ପ୍ରଣୟନ ହେଲା ସେତେବେଳେ ବଲାଙ୍ଗିର ସହରାଞ୍ଚଳରେ ସ୍ୱର୍ଗତ ଦେବତା ପ୍ରଥମ କରି ସୂଚନା ଅଧିକାର ଆଇନ ର କାର୍ଯ୍ୟକାରିତା ଉପରେ କର୍ମଶାଳା କରି ଜନସାଧାରଣଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲେ । ବଲାଙ୍ଗିରରେ ଭୂମିହୀନ ମାନଙ୍କ ପାଇଁ ଭୂମିହୀନ ସଂଘ ତରଫ ରୁ ସେ ଆନ୍ଦୋଳନ କରିଥିଲେ । ତେଣୁ ଉକ୍ତ ସଭାରେ ଆଲୋଚନାର ବିଷୟ ରଖାଯାଇଥିଲା – ସାଂପ୍ରତିକ ସ୍ତିତି ସ୍ଥିତିରେ ଭୂମିହୀନଙ୍କ ଅବସ୍ଥା । ଏହି ସଭାରେ ମୁଖ୍ୟବକ୍ତା ଥିଲେ ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ । ମଞ୍ଚ ପରିଚାଳନା କରିଥିଲେ । ଭୂମିହୀନ ସଙ୍ଘର ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ । ଅନ୍ୟ ବକ୍ତା ମଧ୍ୟରେ ଏନ୍.ଏ.ପି.ଏମ୍.ର ରାଜ୍ୟ ଆବାହକ ସତ୍ୟ ବନଛୋର୍ ,ଅବଶର ପ୍ରାପ୍ତ ଅଧିକାରୀ ସିଦ୍ଧେଶ୍ୱର ପାଣିଗ୍ରାହି ନୀଳକଣ୍ଠ ମିଶ୍ର ବିଷ୍ଣୁବେଜ୍ ,ପବିତ୍ର ଦାସ ,ଶଙ୍କର ପାଣିଗ୍ରାହି, କାଳିନ୍ଦ୍ରି ମାଝି, ଅନୁସୟା ବେଜ୍, ସଂଜୁ ନାଏକ୍, ବିଭୁଦତ୍ତ ମିଶ୍ର, ବିରଞ୍ଚି ବହିଦାର, ପ୍ରାୟ ୫୦ରୁ ଉର୍ଦ୍ଧ ମହିଳା ପୁରୁଷ ଏହି ସଭାରେ ଉପସ୍ତିତ ଥିଲେ । ଏହି ସଭାରେ ଶୁଶିଳ ଭୋଇ କୃଷ୍ଣ ଚନ୍ଦ୍ର ବନଛୋର ଅମର ଜ୍ୟୋତି ଧରୁଆ ରାଜେଶ ବଗର୍ତ୍ତୀ ଗୋପ ବନ୍ଧୁ ଛତ୍ରୀଆ ଅର୍ଜୁନ କୁମାର ନାଏକ ନିମାଇଁ ଚରଣ ଝାଙ୍କର ସନ୍ତୋଷ ହୋତା ମାଣିକ ଲାଲ୍ ବର୍ମା ସୁବାଷିନି ନାଏକ , ଲକ୍ଷ୍ମି ଯୁଏଡ୍, ସରସ୍ୱତି ସାହୁ, ଅନୁସୟା ବାବୁ , ମଞ୍ଜରୀ ପଟେଲ୍ , ସସ୍ମିତା ବେହେରା, ଶୋଭାଗିନୀ ହାତି, ଅନଙ୍ଗ କୁମାର ଠାକୁର ଅଶୋକ କୁମାର ଦିପ୍ , ପ୍ରକାଶ ଥନା ପତି , ଅରତି ଗୁରୁ, ବାସନ୍ତି ଜେନା, ବନଶ୍ରୀ ଆଚାର୍ଯ୍ୟ, ଗଦାଧର ଆଚାର୍ଯ୍ୟ ସଂଯୁକ୍ତା ବେହେରା, ଆରୁନ ରାଏ ସରୋଜ କୁମାର ମେଶ୍ୱା , ନରେଶ ବାଗ ,କେଦାର ନାଥ ନନ୍ଦ, ତ୍ରିଲୋଚନ ମେହେର ପ୍ରମୁଖ ଉପସ୍ତିତ ଥିଲେ ।

Leave A Reply

Your email address will not be published.