oum

ରୋଟାରୀ କ୍ଲବର ପୁରସ୍କାର ବିତରଣ ଓ ପ୍ରତିଷ୍ଠା ଦିବସ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ, ରାଉରକେଲା ଷ୍ଟିଲ ସିଟିର ପୁରସ୍କାର ବିତରଣ ଓ ୧୦ମ ପ୍ରତିଷ୍ଠା ଦିବସ ଇଣ୍ଡୋ ଜର୍ମାନ କ୍ଲବ ଠାରେ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । କ୍ଲବର ସଭାପତି ରୋଟାରୀଆନ ଅର୍ଚ୍ଚନା ମହାନ୍ତିଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ପିଉ ଗୁହାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ରୋଟାରୀଆନ ଆଲାମ ସିଂ ରୁପ୍ରା ଓ ରୋଟାରୀଆନ ସତୀଶ ଅଗ୍ରୱାଲ ତଥା ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ରୋଟାରୀଆନ ଅଞ୍ଜନା ମୈତ୍ର, ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ, ରୋଟାରୀଆନ କୋଏନା ଦସ୍ତିଦାର, ରୋଟାରୀଆନ ଆନବେଲା ଡିସୌଜା ପ୍ରମୁଖ ମଂଚାସୀନ ରହି ପ୍ରତିଷ୍ଠା ଦିବସ ଅବସରରେ ବକ୍ତବ୍ୟ ରଖିବା ସହ ପୂର୍ବରୁ ଆୟୋଜିତ ହୋଇଥିବା ସଂଗୀତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ସୁଶ୍ରୀ ଗୁଳ୍ମୀ ପ୍ରଧାନ ଓଡିଶୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସଭାପତି ଶ୍ରୀମତୀ ମହାନ୍ତି ସଭାପତିତ୍ୱ ଅଭିଭାଷଣ ଓ ସଂପାଦକ ଶ୍ରୀମତୀ ଗୁହା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୭ଜଣ ନୂତନ ସଭ୍ୟଙ୍କୁ ଗ୍ରହଣ କରାଯାଇଥିଲା । ସେମାନଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଶୀର୍ଷରେ ପହଞ୍ଚାଇବା ସହ ଏକ ହଜାର ଡଲାର ସାହାଯ୍ୟ କରିଥିବା ରୋଟାରୀଆନ କୁମାର ବେହେରା, ଦିଲ୍ଲୀପ କୁମାର ଭୁଇ, ଅର୍ଚ୍ଚନା ମହାନ୍ତିଙ୍କୁ ସ୍ୱର୍ଣ୍ଣ ପଦକ ଓ ସ୍ୱତନ୍ତ୍ର ଭାବେ କବି କୁଞ୍ଜବିହାରୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ କେକ୍ କଟାଯିବା ସହ ବିଶ୍ୱ ଶାନ୍ତି ଉପଲକ୍ଷେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ୨୦୨୨-୨୩ପାଇଁ ରୋଟାରୀଆନ ଆନବେଲା ଡିସୌଜା ସଭାପତି ଓ ରୋଟାରୀଆନ ସୁଚିସ୍ମିତା ବିଶ୍ୱାସ ସଂପାଦକ ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଭବିଷ୍ୟତରେ ଅନୁଷ୍ଠାନ ଲୋକାଭିମୁଖୀ କାର୍ଯ୍ୟ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ରୋଟାରୀଆନ ସର୍ବଶ୍ରୀ ଗୌତମ ମିଶ୍ର, ସଂଧ୍ୟାରାଣୀ ବରାଳ, ଲଳିତା ମୁଦୁଲି, ନିବେଦିତା ମିଶ୍ର, ବିଭୁପ୍ରସାଦ ନାୟକ, ପୁତୁଲ ରାହୁଲ, ରାଜେନ୍ଦ୍ର ପ୍ରସାଦ, ସୁଚିସ୍ମିତା ଚିନ୍ନାରା, ବୀଣାପାଣି ରଥ, ଅଶୋକ କକ୍କଡ, ବବିତା ମହାନ୍ତି, ଆଲେନାନ ଡିସୌଜା, ବୈଶାଖୀ ମଲ୍ଲିକ, ଅର୍ଘ୍ୟ ଗୁହା, ସଂଧ୍ୟା ସାହୁ, ପୁନମ କାପୁର, ଗୌରୀ ନାଗ, ହରମାଲ ରୁପ୍ରା, ଦୀପ୍ତି ପାତ୍ର, ସସ୍ମିତା ଦାସ, ଇନ୍ଦିରା ନନ୍ଦ, ମଞ୍ଜୁ କକ୍କଡ, ଅନିମା ମିଶ୍ର, ବିନୟ କାପୁର ପ୍ରମୁଖ ସହଯୋଗ କରିଥିଲେ । ରୋଟାରୀଆନ ଦିଲିପ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.