om academy

ବୌଦ୍ଧ ବନଖଣ୍ଡ ପକ୍ଷରୁ ପୁରୀ ରଥଯାତ୍ରା ପାଇଁ ରଥ କାଠ ପ୍ରେରଣ

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ତରଫରୁ ଚଳିତ ବର୍ଷ ପୁରୀ ରଥଯାତ୍ରା ପାଇଁ ୯୬ ଖଣ୍ତ ରଥ କାଠ ପ୍ରେରଣ କରାଯାଇଛି । ସମସ୍ତ ତ୍ରକାର ରୀତିନୀତି ପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥକାଠ ପ୍ରେରଣ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ଆଦେଶ କ୍ରମେ ଚଳିତ ବର୍ଷ ୭୦୧ ଖଣ୍ଡ କାଠ ମଧ୍ୟରୁ ୪୬୧ ଖଣ୍ଡ ଓ.ଏଫ୍.ଡି.ସି ସ ମିଲ, ଖପୁରିଆ, କଟକ ଓ ୨୪୦ ଖଣ୍ଡ ରଥଖଳା ପୁରୀକୁ ପ୍ରେରଣ କରାଯିବ । ୪୬୧ ଖଣ୍ଡ ରଥକାଠ ମଧ୍ୟରୁ ୨୯୯ ଖଣ୍ଡ ରଥକାଠ ଓ.ଏଫ୍.ଡି.ସି କରତ କଳ, ଖପୁରିଆ, କଟକକୁ ପ୍ରେରଣ ହୋଇସାରିଛି ଏବଂ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ସମ୍ପନ୍ନ ହୋଇ ୨୪୦ ଖଣ୍ଡ ରଥକାଠ ମଧ୍ୟରୁ ୯୬ ଖଣ୍ଡ ରଥକାଠ ରଥ ନିର୍ମାଣ ପାଇଁ ରଥଖଳା ପୁରୀକୁ ପ୍ରେରଣ କରାଯାଇଛି । ଏହି ଶୁଭ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି.ରଘୁନାଥ ରାଓ, ଖଣ୍ତୀୟ ବନାଧିକାରୀ ଯଶବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଏନ୍.ସି.ଜ୍ୟୋତି ରଞ୍ଜନ, ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ଗୋଚ୍ଛାୟତ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ବେହେରା, ମନମୁଣ୍ତା ବନାଞ୍ଚଳ ଅଧିକାରୀ ନାରାୟଣ ସାଇଁ, ଗୁନ୍ଦୁଳିଆ ସେକ୍ସନ୍ ବନପାଳ ରବୀନ୍ଦ୍ର କୁମ୍ଭାର, ବୌଦ୍ଧ ସେକ୍ସନ୍ ବନପାଳ ଗୋବଦ୍ଧନ ମେହେର, ବନରକ୍ଷୀ ରବୀନ୍ଦ୍ର କୁମାର ବାରିକ ଓ ସମସ୍ତ ବନଖଣ୍ଡ କାର୍ୟ୍ୟାଳୟର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । କୋଭିଡ-୧୯ ମାର୍ଗଦର୍ଶିକାକୁ ପାଳନକରି ଏହି ଶୁଭ କାର୍ୟ୍ୟକ୍ରମକୁ ସଂପାଦନ କରିଥିଲେ । ୨୦୧୮ ମସିହାଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ବୌଦ୍ଧ ବନଖଣ୍ତ ଅଞ୍ଚଳରୁ ରଥକାଠ ପ୍ରେରଣ କରାଯାଉଛି । ୨୦୧୮ ମସିହାରେ ୨୫୬ ଖଣ୍ଡ, ୨୦୧୯ ମସିହାରେ ୨୪୮ ଖଣ୍ଡ ଓ ୨୦୨୦ ମସିହାରେ ୩୪୫ ଖଣ୍ତ ରଥକାଠ ବୌଦ୍ଧ ବନଖଣ୍ଡରୁ ପ୍ରେରଣ କରାଯାଇଛି ।

Leave A Reply

Your email address will not be published.