pakka

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୨ତମ ଜନ୍ମ ଦିବସ ଉପଲକ୍ଷେ ୭୨ ୟୁନିଟ ରକ୍ତ ସଂଗ୍ରହ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏହି ଶିବରକୁ ଉଦ୍‌ଘାଟନ କରି ଶ୍ରୀ ସିଂଦେଓ ପ୍ରଥମେ ରକ୍ତଦାନ କରିଥିଲେ । ଏହାପରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ଆସି ଶିବିରରେ ଯୋଗ ଦେଇଥିବା ଦଳୀୟ କର୍ମୀମାନଙ୍କ ଉଦ୍ଦବୋଧନ ଦେଇ ପ୍ରଧାନମନ୍ତ୍ରୀଙ୍କ ୭୨ତମ ଜନ୍ମ ଦିବସ ହୋଇଥିବାରୁ ଏହି ଶିବିରରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଥିଲେ । ସକାଳ ୧୦ଟାରୁ ଶିବିର ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରକ୍ତ ସଂଗ୍ରହ ହୋଇଥିବା ବେଳେ ସମୁଦାୟ ୭୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ରକ୍ତଭଣ୍ଡାର କର୍ମଚାରୀ ସୂଚନା ଦେଇଛନ୍ତି । ଏହି ଶିବିରରେ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି, ପ୍ରବୋଧା ପାଣିଗ୍ରାହୀ, ସମୀର ପାଣିଗ୍ରାହୀ, ରଞ୍ଜନ ଯୋଶୀ, ଅନୁ ଦେବ, ସୁରୁସିଂ ନିନା, ମୁନା ଦରୁଆନ୍, ଅଜିତ ଭାଟି, ପ୍ରବୀଣ ଅଗ୍ରୱଲ, ପ୍ରଶାନ୍ତ କୁମାର ମେହେର, କରମ ସରାଫ, ବିଶ୍ୱଜିତ ହୋତା, ପଙ୍କଜ ଭୋଇ, ସୁଶାନ୍ତ କୁମାର ପାତ୍ର, ରମାନାଥ ହୋତା, ରାଣା ପ୍ରଧାନ, ଜୟଭାରତ୍ ଦଣ୍ଡସେନା, ମାନିକ ସାହୁ, ବଲ୍ଲଭ ଧରୁଆ ସମେତ ବହୁ ବିଜେପି କର୍ମୀମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଏହି ଶିବିରରେ ଭାରପ୍ରାପ୍ତ ଉପଖଣ୍ଡ ଚିକିର୍ସା ଅଧିକାରୀ ଡା. ପୀତବାସ ସାଙ୍କ ତତ୍ୱାବଧାନରେ ଟେକନିସିଆନ ଏମ.ରାଜେଶ୍ୱର, ଏସ୍‌ଏସ୍‌ଏ ରମେଶ ମିଶ୍ର, ଆଟାଣ୍ଡେଟ ମନୋଜ କୁମ୍ଭାର, ରୁଦ୍ରମଣି ଭୋଇ ଓ ଅଜୟ କୁମ୍ଭାର ସହ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 − sixteen =