jsm

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଦ୍ଦଶ ଦିବସ

csstore
  • ବିଏନ୍‌ଏଏ ଜରାସିଂହା ଓ ନବଜ୍ୟୋତି ଚୁଡାପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ଚୁଡାପାଲି ନବଜ୍ୟୋତି ୟୁଥ କ୍ଲବ ୨-୦ ଗୋଲରେ କୁଶଙ୍ଗ ଏଫ୍‌ଟିକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଂସଦର କାଉନସିଲ ସଭ୍ୟ ଜୟରାମ ମିଶ୍ର, ବରିଷ୍ଠ ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଅଜିତ କୁମାର ସାହୁ, ଏଥେଲେଟ୍‌ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଲୋଇସିଂହା ପୂର୍ବତନ ବିଧାୟକ ରମାକାନ୍ତ ସେଠ ଯୋଗ ଦେଇଥିଲେ । ଖେଳକୁ ଶୁଶାନ୍ତ ନାଗ, ଖଲିଉଲ ରହେମାନ, ନରସିଂ ସ୍ୱାମୀ ନାଇଡୁ ଓ ଅବଦୁଲ ମୁଜିବ୍‌ ପରିଚାଳନା କରିଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବିଏନ୍‌ଏଏ ଜରାସିଂହା ୩-୧ ଗୋଲରେ ଏନ୍‌ଏସ୍‌ ସ୍ପୋଟିଂ ବଲାଙ୍ଗିରକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବରେ ସମାଜସେବୀ ଡା.ବାସୁଦେବ ପତି, ସଦାଇପାଲି ସରପଂଚ ଅନିଲ ପଟେଲ, ପୂର୍ବତନ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ରେଫରି ଭାବରେ ରାଜେନ୍ଦ୍ର ଧରୁଆ, ସୁଧାଂଶୁ ସେଠ, ଦେବାଶିଷ ବାଗ ଓ ସୁଦୟ ବାରିକ ଖେଳ ପରିଚାଳନା କରିଥିଲେ । ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ଡା.ସିଦ୍ଧେଶ୍ଵର ମିଶ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହୋଇଥିଲା ।

୧୮ ତାରିଖ ରବିବାର ଦିନ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ସିସିଏଫ୍‌ଏ ବନାମ ହଲଦି ଇବିଏଫ୍‌ଏ ଓ ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବ୍ଲୁମାଉଣ୍ଟେନ ବଲାଙ୍ଗିର ବନାମ ୟୁଥକ୍ଲବ ମହିପୁର ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

yuvodaya
Leave A Reply

Your email address will not be published.