pakka

ମାଲପଡା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ସାଂସଦ ନିରଞ୍ଜନ ବିଶି

bbehera
  • ଭଲ ପାଠ ପଢି, ଭଲ ମଣିଷ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେଲେ ଆହ୍ୱାନ

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷ ଜୀବନରେ ଶିକ୍ଷା ହିଁ ମୂଳଦୂଆ ଶିକ୍ଷାକୁ ମଜବୁତ କରିବାକୁ ଆହ୍ୱାନ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଆଜି ଖପ୍ରାଖୋଲ ବ୍ଲକ ମାଲପଡା ଆଶ୍ରମ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ମାନ୍ୟବର ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶି । ଆଶ୍ରମ ବିଦ୍ୟାଳୟ ପରିସର ବୁଲିଲେ, ଛାତ୍ରାବାସକୁ ଦେଖିଲେ, ପରିବେଶ ଦେଖିଲେ, ଶୌଚାଳୟର ପରିସ୍ଥିତି ବୁଝିଲେ, ଶ୍ରେଣୀ ଗୃହ ପରିଦର୍ଶନ କଲେ ଓ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଲେ । ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ବୁଝିଲେ । ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଯଥା ଛାତ୍ରଛାତ୍ରୀ ଅନୁସାରେ ଶ୍ରେଣୀ ଗୃହ ବୃଦ୍ଧି କରିବା, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ, ଛାତ୍ରଛାତ୍ରୀଙ୍କ ପାଇଁ କପଡ଼ା ସଫା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବରେ ଶିକ୍ଷାଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସାଂସଦ ଆଶ୍ରମର ସାମୁହିକ ବିକାଶ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ।

jay balangir
Leave A Reply

Your email address will not be published.

six + 7 =