ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ପରିଚାଳନା କରାଯାଉଛି । ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ୍ ହସ୍ପିଟାଲ୍, ଆଇଜିଏଚ୍ ରାଉରକେଲା ଏବଂ ନୂତନ ୪ଟି ମେଡିକାଲ୍ କଲେଜରେ ସକାଳ ୮ଟାରୁ ଅପରାହ୍ନ ୫ଟା ଏବଂ କଟକ, ବ୍ରହ୍ମପୁର ଓ ବୁର୍ଲା ବଡ ମେଡିକାଲ, କଟକ ଶିଶୁ ଭବନ ଇତ୍ୟାଦିରେ ୨୪×୭ ଘଣ୍ଟା ପରାମର୍ଶ ଦିଆଯାଉଛି । ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।
Prev Post