ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ତାରିଖ ଶେଷ ରଜ ଦିନ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟରେ ହେବ ବୋଲି ଜଣାପଡ଼ିଛି । ଏ ନେଇ ସରୋବର କୋର୍ଟରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲ, ସାଧାରଣ ସଂପାଦକ ଶଙ୍କର ଜେନା, ଉପଦେଷ୍ଟା ରଶ୍ମିତ ସାହାଣୀ ଓ ଗରିମାର ସଦସ୍ୟାମାନେ ଉପସ୍ଥିତ ରହି ଏ ସଂପର୍କରେ ସୂଚନା ଦେଇ କହିଲେ ଯେ, ଆସନ୍ତା ଜୁନ୍ ୧୨ତାରିଖ ଦିନ ୯ ବର୍ଷରୁ ୧୪ବର୍ଷ ମଧ୍ୟରେ ଉଭୟ ପୁଅ ଓ ଝିଅ ଓଡିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗନେଇ ପାରିବେ । ସେହିପରି ରାଜକୁମାରୀ ପ୍ରତିଯୋଗିତା ୧୫ବର୍ଷରୁ ୨୫ ବର୍ଷ ଝିଅଙ୍କ ମଧ୍ୟରେ କରାଯିବ । ରାଜକୁମାରୀ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ୧୦ଜଣ ପ୍ରତିଯୋଗୀଙ୍କୁ ନେଇ ଶେଷ ରଜ ଦିନ ଏକ ସ୍ବତନ୍ତ୍ର ପ୍ରତିଯୋଗିତା କରାଯାଇ ଜଣଙ୍କୁ “ଗରିମା ରଜର ରାଜକୁମାରୀ” ଟାଇଟଲ ପ୍ରଦାନ କରାଯିବ । ସେହିଦିନ ବିଭିନ୍ନ ପ୍ରତିଯୋଗୀଙ୍କୁ ନେଇ ପୋଡପିଠା, ପାନଭଙ୍ଗା ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତାର ସବିଶେଷ ବିବରଣୀ ପାଇଁ ମୋବାଇଲ ନଂ ୭୯୭୮୦୮୮୮୩୫, ୯୪୩୭୨୨୦୮୮୬, ୮୯୧୭୫୧୪୪୮୦ ଓ ୭୯୭୮୫୦୭୬୮୪ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ଗରିମା ପରିବାରର ମମତା ନାୟକ, ପ୍ରଣତୀ ଜେନା, ସରିତା ମଲ୍ଲ, ମୋନାଲିସା ସାହୁ, ଶାନ୍ତିଲତା ବାରିକ, ମୋନାଲିସା ଗୌଡ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ମମତା ଦାସ, ସସ୍ମିତା ଜେନା ଓ ସନ୍ତୋଷୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.