ବଲା‌ଙ୍ଗିର ସମେତ ଓଡ଼ିଶାର ୧୦ଟି ଜିଲ୍ଲାରେ ପୁଣି ନାଇଟ୍‌ କର୍ଫ୍ୟୁ ଆସନ୍ତା ୫ ତାରିଖରୁ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ପୁଣି ବଢ଼ୁଛି କରୋନା ସଂକ୍ରମଣ । ଓଡ଼ିଶାରେ କରୋନା ପୁଣି କାୟା ବି‌ସ୍ତାର କରିବାରେ ଲାଗିଛି । କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଢ଼ି ଚାଲିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ଏହିସବୁ ଜିଲ୍ଲାଗୁଡ଼ିକରେ ରାତି ୧୦ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ନାଇଟ କର୍ଫ୍ୟୁ ଲାଗୁ ରହିବ ବୋଲି କୁହାଯାଇଛି ।ସ୍ୱତନ୍ତ୍ର ରିଲିଫ କମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.