ommm
jittmm

ମଞ୍ଚ ନିର୍ଦ୍ଦେଶକ ରାଜୀବ ଲୋଚନ ରେଡ୍ଡୀ ପ୍ରଥମ ସ୍ଥାନରେ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିପୁଳିଙ୍ଗୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲାପଲ୍ଲୀ ଗ୍ରାମର ବରିଷ୍ଠ ଯୁବ ମଞ୍ଚ ନିର୍ଦ୍ଦେଶକ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ରଙ୍ଗମଞ୍ଚ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ପ୍ରାପ୍ତ ହେବା ପରେ ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଛତ୍ରପୁର ମଞ୍ଚକଳା ସଂଗଠନ ତରଫରୁ ଖୁସିର ଲହରି ଖେଳିଯାଇଛି । ଶ୍ରୀ ରେଡ୍ଡୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ’ ଗତ ୨୮ ତାରିଖରେ ପୁରୀଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକରେ ମା’ ରାମଚଣ୍ଡୀ ଯୁବ ନାଟ୍ୟ ପରିଷଦ (ବାୟାପଲ୍ଲୀ) ଆନୁକୂଲ୍ୟରେ ଆୟୋଜିତ ମଞ୍ଚ କଳା ଯାତ୍ରା ତଥା ନାଟକ ପ୍ରତିଯୋଗିତାରେ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ସାର୍ ଙ୍କ ନିର୍ଦ୍ଦେଶିତ ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ମଞ୍ଚସ୍ଥ ହୋଇ ବେଶ୍ ଆକର୍ଷିତ ଓ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ନାଟକ ଉକ୍ତ ମଞ୍ଚ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ମହାବୀର ଡ୍ରାମାଟିକ୍ କ୍ଲବ (ପାଇକ ବାରବାଟୀ ) ତରଫରୁ ଉମାକାନ୍ତ ତରାଇଙ୍କ ନିର୍ଦ୍ଦେଶିତ ନାଟକ- “ଆଖିର ଜନମ କାନ୍ଦିବା ପାଇଁ” ଓ କେନ୍ଦ୍ରାପଡ଼ା ଜିଲ୍ଲାର କଂସାମାରି ଗ୍ରାମର ଗୋପୀନାଥ ଜୀଉ ନାଟ୍ୟ ପରିଷଦ ତରଫରୁ ଅମୂଲ୍ୟ ମଲ୍ଲିକଙ୍କ ନିର୍ଦ୍ଦେଶିତ ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ଏବଂ ମା’ ଡାଳଖାଇ ଡ୍ରାମାଟିକ୍ କ୍ଲବ ସାହୁପଡ଼ା ତରଫରୁ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ନିର୍ଦ୍ଦେଶିତ ନାଟକ “ଜନମ ନେଇଛି କାନ୍ଦିବା ପାଇଁ” ପ୍ରମୁଖ ୩ ଗୋଟି ନାଟକ ମଞ୍ଚସ୍ଥ ହୋଇ ବେଶ୍ ଜନାଦୃତ ହୋଇଛି । ଉକ୍ତ ପ୍ରମୁଖ ନାଟକ ପ୍ରତିଯୋଗିତାରେ ଘମାଘୋଟ ଲଢେଇ ଜୋରଦାର ସଦୃଶ ହୋଇଥିଲା । ରଙ୍ଗମଞ୍ଚରେ କଳା ପରିବେଷଣ ପ୍ରତିଯୋଗିତା ମୂଳକ ପୂର୍ଣ୍ଣତା ମଧ୍ୟରେ ଖୁବ୍ ଆକର୍ଷଣୀୟ ହୋଇଥିଲା । ଯାହା ଅଗଣିତ ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ନିଆରା ଉତ୍ସାହ ଭରା ଜୁଆର ସୃଷ୍ଟି କରି ଦର୍ଶକଙ୍କ ମନରେ ମନ୍ତ୍ରମୁଗ୍ଧ ଆଣିଦେଇଥିଲା । ସର୍ବୋପରି ମଞ୍ଚ ଓ ଆଲୋକ ସଜ୍ଜା ପ୍ରଧାନ ଚିତ୍ରାଳୟ, ଭବାନୀ ଚିତ୍ରାଳୟ ଓ ମା’ ଚଣ୍ଡୀଆଣୀ ଚିତ୍ରାଳୟ ମଞ୍ଚକୁ ରୂପାୟନ ଦେଇଥିଲେ । ୩ ଗୋଟି ମଞ୍ଚକୁ ମହାବୀର ଯାତ୍ରା କମିଟୀ ନିମାପଡା, ପୁରୀ ଅନୁଷ୍ଠାନର ମୁଖ୍ୟ ସମ୍ମାନୀୟ ଅତିଥି ଭାବେ ରୁଦ୍ର ମହାରଥୀ ଯୋଗଦେଇ ମଞ୍ଚ ଅଭିନୟକାରୀ କଳାକାର, କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର କଳା ଶିଳ୍ପୀ, ମଞ୍ଚ ନିର୍ଦ୍ଦେଶକଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ ଏବଂ ଆୟୋଜିତ ୩ ଗୋଟି ରଙ୍ଗମଞ୍ଚକୁ ଶୁଭ ଉଦ୍‌ଘାଟନ କରିଥିଲେ । ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଏକ ଘଣ୍ଟା ସରିଲାପରେ ୩ ଗୋଟି ଅନୁଷ୍ଠାନ ନିଜ ନିଜର ନାଟକ ପରିବେଷଣ କରିଥିଲେ । ସେଥିମଧ୍ୟରୁ ମା’ ଡାଳଖାଇ ଡ୍ରାମାଟିକ କ୍ଲବ ସାହୁପଡ଼ା (ପୁରୀ ) ଅନୁଷ୍ଠାନ ନାଟକ ଖୁବ୍ ଆକର୍ଷଣୀୟ ଓ ଚିତ୍ତାକର୍ଷକ ଭାବେ ମଞ୍ଚସ୍ଥ ହୋଇ ବେଶ୍ ଜନାଦୃତ ଓ ଉଚ୍ଚପ୍ରଶଂସିତ ହୋଇଥିଲା । ଏହି ମଞ୍ଚ ଅଭିନୟ ଯାତ୍ରା କାର୍ଯ୍ୟକ୍ରମରେ ପ୍ରାୟ ଏଗାର ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ମଞ୍ଚସ୍ଥ ନାଟକ ଶେଷରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ତେଲାପଲ୍ଲୀ ଗ୍ରାମର ସୁଯୋଗ୍ୟ ସନ୍ତାନ ବରିଷ୍ଠ ଯୁବ ମଞ୍ଚ ନିର୍ଦ୍ଦେଶକ ସି.ଏଚ. ରାଜୀବ ଲୋଚନ ରେଡ୍ଡୀ ସାରଙ୍କୁ ପ୍ରଥମ ସ୍ଥାନ ଅଧିକାର କରିଥିବା ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମହାବୀର ଡ୍ରାମାଟିକ କମିଟୀ ନିମାପଡା ବ୍ଲକ୍ (ପୁରୀ ) ସୌଜନ୍ୟରେ ଏହି ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.