ଗାନ୍ଧୀଙ୍କ ଓଡ଼ିଶା ନାଟକ ଉପରେ ପ୍ରେସ ସିଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ପୂର୍ତ୍ତି ଅବସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ତରଫରୁ ରାଜ୍ୟର ୩୦ଟି ଜିଲ୍ଲାରେ ନାଟ୍ୟକାର ଶ୍ରୀ ଶଙ୍କର ତ୍ରିପାଠୀଙ୍କ ଓଡ଼ିଆ ନାଟକ “ଗାନ୍ଧୀଙ୍କ ଓଡ଼ିଶା” ଆସନ୍ତାକାଲି ମଞ୍ଚସ୍ଥ ହେବାକୁ ଯାଉଛି । ଏ ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ସ୍ତରୀୟ ନାଟକ, ପଦ୍ମପୁରର “ଲୁ”ନାଟ୍ୟସଂସ୍ଥାକୁ ପରିବେଷଣ କରିବା ପାଇଁ ସୁଯୋଗ ମିଳିଛି । ଏ ସମ୍ପର୍କିତ ଏକ ପ୍ରେସମିଟ୍ ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍ଥିତ “ଲୁ” ନାଟ୍ୟାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ର ସମସ୍ତ ଇଲୋଟ୍ରୋନିକ୍ସ ମିଡିଆ ସହ ପ୍ରିଣ୍ଟ ମିଡିଆର ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନ ଉପରେ ଉତ୍ତର ରଖି ନାଟକର ନିର୍ଦେଶକ କେଶରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ମାର୍ଚ୍ଚ-୨୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରିକ୍ରିଏସନ ସେଣ୍ଟର ଠାରେ ସନ୍ଧ୍ୟା ୬ ଘଟିକାରୁ ନାଟ୍ୟଉତ୍ସବ ଆରମ୍ଭ ହେବ । ଏ ଶୁଭ ସମୟରେ ବରେଣ୍ୟ ଅତିଥି ଭାବେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବଂ ବରଗଡ ଗାନ୍ଧୀ ସ୍ମୃତି ପାଠାଗାରର ସଭାପତି ଅରୁଣ ମହାନ୍ତି ଯୋଗଦାନ କରି କଳାକାର ତଥା ଆୟୋଜନ ମାନଙ୍କୁ ଉତ୍ସାହିତ କରିବେ । ଲୁ ନାଟ୍ୟ ସଂସ୍ଥାର ଏଇ ନାଟକରେ ସହରର ଅନ୍ୟାନ୍ୟ ନାଟ୍ୟ ସଂସ୍ଥା ତଥା ଗ୍ରାମାଞ୍ଚଳର ବହୁ କଳାକାର ଅଭିନୟରେ ତାଙ୍କ କଳା ପ୍ରଦର୍ଶିତ କରିବେ । ଏଥିସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟ ପ୍ରଯୋଜନାର ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଥିବାର ଜଣାପଡିଛି । ସମ୍ବଲପୁରର “କଳା ଓ କଳାକାର”ର କଳାକାର ମାନେ ଏଥିରେ ନୃତ୍ୟ ପରିବେଷଣ କରିବାର କାର୍ୟ୍ୟକ୍ରମ ରହିଛି । ପ୍ରେସମିଟରେ ‘ଅବର୍ଣ୍ଣିଗୁଁଡା’ ନାଟ୍ୟସଂସଦର ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅଶୋକ ବହିଦାର କହିଛନ୍ତି ଯେ, ପଦ୍ମପୁର ସହରର ସାଂସ୍କୃତିକ ବାତାବରଣ ଏ ସୋହାର୍ଦ୍ଦପୂର୍ଣ୍ଣ ଚିତ୍ର “ଗାନ୍ଧିଙ୍କ ଓଡିଶା ନାଟକ ମାଧ୍ୟମରେ ପ୍ରତିଫଳିତ ହେବାକୁ ଯାଉଛି । ଗୋଟିଏ ଛାତ ତଳେ ବିଭିନ୍ନ ଅନୁଷ୍ଠାନର ଏକତ୍ର ନାଟ୍ୟ ପ୍ରଯୋଜନା ସଂହତିର ଏକ ବାର୍ତ୍ତା ପ୍ରଦାନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତି କରିଛି । ପରିଶେଷରେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.