
- ସିଓଲରେ ପହଞ୍ଚିଲା ସର୍ବଦଳୀୟ ପ୍ରତିନିଧି ଦଳ
ନୂଆଦିଲ୍ଲୀ, (ପିଆଇବି) : ପାକ୍ ପ୍ରାୟୋଜିତ ଆତଙ୍କବାଦକୁ ସାରା ବିଶ୍ୱରେ ଉଜାଗର କରିବା ଏବଂ ଭାରତର ଅପରେସନ ସିନ୍ଦୂର ବିଷୟରେ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ଅବଗତ କରିବା ଉଦ୍ଦେଶ୍ୟରେ ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସର୍ବଦଳୀୟ ପ୍ରତିନିଧି ଦଳ ଆଜି କୋରିଆ ରାଜଧାନୀ ସିଓଲ ଠାରେରେ ପହଞ୍ଚିଛି । ଏହି ପ୍ରତିନିଧି ଦଳ ୨୪ରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସିଓଲରେ ରହିବା ସହିତ ଏକାଧିକ ଉଚ୍ଚସ୍ତରୀୟ ବୈଠକ କରିବ । କୋରିଆ ବିଦେଶ ମନ୍ତ୍ରଣାଳୟର ପଦାଧିକାରୀ, ଜାତୀୟ ସଂସଦର ସଦସ୍ୟ, ପ୍ରମୁଖ ବ୍ୟକ୍ତିବିଶେଷ ଓ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାରତୀୟ ପ୍ରତିନିଧି ଦଳ ଆଲୋଚନା କରିବ । ବିଶେଷ କରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମୁଖା ଖୋଲିବା ସହିତ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ସମ୍ପର୍କରେ କୋରିଆର ଶୀର୍ଷ ନେତୃବର୍ଗଙ୍କୁ ଅବଗତ କରାଯିବ । ଏହି ପ୍ରତିନିଧି ଦଳରେ ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ଅଭିଷେକ ବାନାର୍ଜୀ, ପ୍ରଦାନ ବରୁଆ, ଡକ୍ଟର ହେମଙ୍ଗ ଯୋଶୀ, ପୂର୍ବତନ ବିଦେଶ ମନ୍ତ୍ରୀ ସଲମାନ ଖୁର୍ସିଦ, ରାଜ୍ୟସଭା ସାଂସଦ ବ୍ରିଜ ଲାଲ, ଜନ୍ ବ୍ରିଟାସ୍ଙ୍କୁ ସମେତ ପୂର୍ବତନ ରାଷ୍ଟ୍ରଦୂତ ମୋହନ କୁମାର ସାମିଲ ଅଛନ୍ତି ।