shyamal

ପ୍ରକୃତିବନ୍ଧୁଙ୍କ ନିଆରା ପ୍ରୟାସ

  • ନବବିବାହିତା ଦମ୍ପତ୍ତିଙ୍କୁ ବୃକ୍ଷ ଚାରାଗଛଦେଇ ପୁଅ ପରି ଯତ୍ନ ନେବାକୁ ଉପଦେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତି କୋଳରେ ବିରାଜିତ ନୃସିଂହନାଥ ମନ୍ଦିର ପରିସରରେ ପ୍ରତି ମାସ ବିବାହ ଲଗ୍ନ ଥିବା ଦିନ ମାନଙ୍କରେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଅନେକ ବିବାହ ସମ୍ପନ୍ନ ହୋଇଥାଏ । ବିଶ୍ଵତାପ ନିୟନ୍ତ୍ରଣରେ ବୃକ୍ଷର ପ୍ରମୁଖ ଭୂମିକା ଥିବାରୁ ପାଇକମାଳର ପ୍ରକୃତି ବନ୍ଧୁମାନେ ଏକ ନିଆରା ପ୍ରୟାସ କରୁଛନ୍ତି । ନୃସିଂହନାଥରେ ବିବାହ କରୁଥିବା ନବ ଦମ୍ପତ୍ତିଙ୍କୁ ବୃକ୍ଷ ଚାରାଗଛ ଉପହାର ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ବୁଧବାର ନୃସିଂହନାଥରେ ବିବାହ ହୋଇ ଥିବା ନବ ଦମ୍ପତ୍ତିଙ୍କୁ ବଉଳ, ଅଶୋକ ଚାରାଗଛ ପ୍ରଦାନ କରି ପୁଅ ପରି ଯତ୍ନ ନେବାକୁ ଉପଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଡ ଶତପଥି, ବିଭୁତି ଭୂଷଣ ମୁଣ୍ଡ, ନନ୍ଦଲାଲ ନାୟକ ପ୍ରମୁଖ ପ୍ରକୃତି ବନ୍ଧୁବୃନ୍ଦ ବିବାହ ବେଦିରେ ନବ ଦମ୍ପତ୍ତିଙ୍କୁ ଚାରାଗଛ ଉପହାର ଦେଇଥିଲେ । ପ୍ରକୃତି ବନ୍ଧୁମାନଙ୍କ ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ବରପକ୍ଷ ଓ କନ୍ୟାପକ୍ଷ ପ୍ରଶଂସା କରି ସ୍ମୃତି ଚିହ୍ନ ସ୍ୱରୂପ ଆନନ୍ଦରେ ଗ୍ରହଣ କରିଛନ୍ତି ।

purusottam
Leave A Reply

Your email address will not be published.