oom

ଝାରମୁଣ୍ଡା ଏଥଲେଟିକ୍‌ ଆସୋସିଏସନ୍‌ର ପ୍ରତିଷ୍ଠା ଦିବସ ପାଳିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥଲେଟିକ ଆସୋସିଏସନର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ସମ୍ପାଦକ ସଚ୍ଚିଦାନନ୍ଦ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋନପୁର ଡ଼ିଏସପି ହେମସାଗର ନନ୍ଦ, ଡିଆରଡିଏ ଏପିଡ଼ି ଅଭିଜିତ ପଣ୍ଡା, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଅଧ୍ୟକ୍ଷ ଡ଼. ମହେନ୍ଦ୍ର ନାୟକ, ସମ୍ବଲପୁର ଲୋକପାଳ ବ୍ରଜେନ୍ଦ୍ର ପଣ୍ଡା, ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଏରିଆ ମ୍ୟାନେଜର ବନଜ୍ୟୋତ୍ସ୍ନା ପଧାନ, ଜିଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ନେହେରୁ ଯୁବ କେନ୍ଦ୍ର ସହ ସଂଯୋଜକ ଟିଏଭି ନରସିଂହ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ମୁଖ କରୋନା ଯୋଦ୍ଧା ଭାବେ ବିଙ୍ଗ ହୁମାନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ବ୍ଲକ ଛକ ଗଜଲକ୍ଷ୍ମୀ ପୂଜା କମିଟି ସମେତ ସାମ୍ବାଦିକ, ଡାକ୍ତର, ପଂଚାୟତ ପ୍ରତିନିଧି ତଥା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲୋଇସିଂହା ଥାନା ଆଇଆଇସି ରମାକାନ୍ତ ଜେନା, ବିଙ୍ଗ ହୁମାନ ଫାଉଣ୍ଡେସନ ପ୍ରତିଷ୍ଠାତା ସୋମନାଥ ମିଶ୍ର, ୱାର୍ଲଡ଼ ଭିଜନର ସୁବ୍ରତ କ୍ଷେତ୍ରୀୟ, ଆଗଲପୁର ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ଉପ ସଭାପତି ସୁଧାଂଶୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.