centurian jitm

ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପଡିଆରେ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏନ୍‌) : ଆଜି ବଲାଙ୍ଗିର ମନୋହରପୁର ରିଜର୍ଭ ପୋଲିସ ପଡିଆ ଠାରେ ୯୦ତମ ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଯୋଗଦେଇ ପୋଲିସ ପେରେଡର ଅଭିବାଦନ ଗ୍ରହଣ କରି ଓଡିଶା ପୋଲିସ ପ୍ରତିଷ୍ଠା ଉତ୍ସବରେ ଅଭିନନ୍ଦନ ଜଣାଇବା ସହ ଓଡିଶା ପୋଲିସର ଅତୁଳନୀୟ ସେବା, ଅବଦାନ ଏବଂ ତ୍ୟାଗ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତମ ସେବା ଯୋଗାଇ କାର୍ଯ୍ୟ କରିଥିବା ପୋଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.