ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ହାଇସ୍କୁଲ ଖେଳ ପଡିଆ ଠାରେ ହାଇସ୍କୁଲ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶଶିକାନ୍ତ ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଇଓ ଲୋକନାତ ସୁନା, ଏବିଡିଓ ଉପେନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭ୍ୟ କୁମରମଣି ସେଠ, ସରପଞ୍ଚ ଦେବକୀ ସେଠ, ଜିପିଇଓ ମହେଶ ପଧାନ ଓ ସମାଜସେବୀ ସଂଜୀବ ସେଠ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୌକିଲାଲ ପୋଢ ପରିଚାଳନା କରିଥିଲେ । ଖେଳ ଶିକ୍ଷକ ବୁଧିରାଜ ବିଶ୍ୱାଲ ଖେଳ ପରିଚାଳନା କରିିଲେ । ପ୍ରତିଯୋଗିତାରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

Leave A Reply

Your email address will not be published.