କଣ୍ଟାବାଞ୍ଜି ମାଟିର ମହୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା

କଣ୍ଟାବାଞ୍ଜି, ତୁରେକେଲା (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲୱେ ଖେଳ ପଡ଼ିଆଠାରେ ଆସନ୍ତା ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇ ତିନି ଦିନଧରି କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ । ସ୍କୁଲ, କଲେଜ ଏବଂ ଏସ.ଏଚ୍.ଜି ମହିଳାମାନଙ୍କ ପାଇଁ ଆର୍ଟ କ୍ରାଫ, ରଙ୍ଗୋଲି ପ୍ରତିଯୋଗିତା, ଆରମ ପିନ୍ଧନ୍ ଉଢନ୍ ରେମ୍ପ୍ ସୋ, ସ୍ୱଚ୍ଛତା ଅଭିଯାନ, ହୁଳହୁଳି ଶଙ୍ଖ ଫୁଙ୍କା, ମେହେନ୍ଦି, ଆମର ପିଠାମଡା, କୁଇଜ୍, ଡିବେଟ୍ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ତେଣୁ କଣ୍ଟାବାଞ୍ଜି ସହର ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଏସ.ଏଚ୍.ଜି ମହିଳାମାନଙ୍କୁ ନେଇ ଶୁକ୍ରବାର କଣ୍ଟାବାଞ୍ଜି ହରି ଭବନଠାରେ ଏକ ପ୍ରସ୍ତୁତି ବୈଠକ ମାଟିର ମହୋତ୍ସବ କମିଟି ସଭାପତି ବ୍ରଜ ଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଆଗାମୀ ଦିନ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାକୁ ନେଇ ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ବୈଠକରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ, ସିଆରସିସି ମେମ୍ବର ରାଜେନ୍ଦ୍ର ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ରାଜେଶ୍ୱରୀ ତ୍ରିପାଠୀ, କଣ୍ଟାବାଞ୍ଜି କେଭି କଲେଜ ପ୍ରାଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ମାରୱାଡ଼ି ୟୂବା ମଞ୍ଚ ଜାଗୃତି ଶାଖାର ଚଞ୍ଚଳ ବଂଶଲ, ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମୀଳନୀ ସଭାପତି ସନ୍ତୋଷୀ ଜୈନ, ସମ୍ପାଦିକା ପୁନମ୍ ଣ୍ଢେଲୱଲ,ଏସ.ଏଚ୍.ଜି ଗ୍ରୁପରୁ ବବିତା ବେହେରା ପ୍ରମୁଖ ମଞ୍ଚାସିନ ଥିବାବେଳେ ମାଟିର ମହୋତ୍ସବ କମିଟି ପ୍ରଚାର ରୋହନ କୁମାର ମହତ, ସହସମ୍ପାଦକ ରାଜୁ ବାରିକ, କାର୍ଯ୍ୟକାରୀ ସଦସ୍ୟ ମୋହନ ସୁନା, ବାବୁ ସିଂ ଉପସ୍ଥିତ ଥିଲେ । ସହସମ୍ପାଦକ ଦିନେଶ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.