oom

ଆଞ୍ଚଳିକସ୍ତରୀୟ ଭାରତ କୋଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ଆନୁକୂଲ୍ୟରେ ଭାରତ କୋଜାନୋ ଶୀର୍ଷକ ଏକ କୁଇଜ ପ୍ରତିଯୋଗିତା ବରଟୋଲିସ୍ଥିତ ପଦ୍ମିନୀ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋଦାବରୀଶ ଶତପଥୀଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଭାବେ ସମାଜସେବୀ ସୁନିଲ କାୟଲ ଓ କମଲ ଅଗ୍ରୱାଲ ଯୋଗଦେଇ ଅନୁଷ୍ଠାନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ । ଏହି ପ୍ରତିଯୋଗିତାରେ ଓଡିଶା, ଝାଡ଼ଖଣ୍ଡ ଓ ବିହାରର ବିଦ୍ୟାର୍ଥୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତାକୁ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭକ୍ତ କରାଯାଇଥିଲା । ବରିଷ୍ଠ ବର୍ଗରେ ବାସନ୍ତୀ କଲୋନୀ ଡିଏଭି ପବ୍ଲିକ ସ୍କୁଲର ଅମିତ୍ କୁମାର ସାହୁ ଓ ବିଶ୍ୱାସ ବରାଳ, କନିଷ୍ଠ ବର୍ଗରେ ଭୁବନେଶ୍ଵର କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲର ସାନଭି ଓତା ଓ ମେଧିର ଷଡ଼ଙ୍ଗୀ ପ୍ରଥମ ହୋଇଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଜାନୁଆରୀ ୨୧ରେ ହରିଆଣାର କୁରୁକ୍ଷେତ୍ରଠାରେ ହେବାକୁ ଥିବା ଜାତୀୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବୈଷ୍ଣବ ଚରଣ ମହାପାତ୍ର, ଡଃ ଆର୍‌ ସିଂ ମେହେର, ଅସୀମ ଗୁପ୍ତା, ବନ୍ଦିତା ମାହାତୋ, ଝୁନୁ ନାୟକ, ରେଖା ଗୁପ୍ତା, ସ୍ନେହଲତା ପାତ୍ର, ହରଜିତ୍‌ କୋୖର, ଅଞ୍ଜଉ କକ୍କଡ, ମଞ୍ଜୁ ମେହେର, ଅନୁପମ ଗୁପ୍ତା ସମେତ ପରିଷଦର ରାଜ୍ୟ ସଭାପତି ବି ବି ନାୟକ, ରାଜ୍ୟ ସମ୍ପାଦକ ପ୍ରକାଶ ପଟ୍ଟନାୟକ, ଦୁର୍ଗା ଶର୍ମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା, ବିହାର, ଝାଡ଼ଖଣ୍ଡ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇ ଥିବା ବେଳେ ଜଗଦାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁ, ଗୁରୁମା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.