ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛିଦିନ ତଳେ କୋଶଳ ପ୍ରବାହରେ ଟିଟିଲାଗଡ଼ ଦେବନ୍ଧପଡ଼ାର ବେବି ନାଏକ ବୋନ୍ କ୍ୟାନ୍ସରରେ ପୀଡ଼ିତ ତଥା ଆର୍ଥିକ ସହାୟତା ଦେବାକୁ ପରିବାର ପକ୍ଷରୁ ଖବର ପରିବେଷଣ କରାଯାଇଥିଲା । ଖବର ପରିବେଷଣ ପରେ ଆମ ଟିଟିଲାଗଡ଼ ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନ ଯୋଗାଯୋଗ କରି ବେବି ନାଏକଙ୍କ ଘରକୁ ଯାଇ ସାକ୍ଷାତ କରିବା ସହ ସହାୟତାର ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଫଳ ସ୍ୱରୂପ ରବିବାର ସଂଧ୍ୟାରେ ଅଗ୍ରୱାଲ ସଭାର ସଭାପତି ଓ ସଦସ୍ୟ ମାନେ ଆସି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ତା’ସହ ପରିବାରବର୍ଗଙ୍କୁ ଆଶ୍ୱାସନା ଦେବା ସହ ବେବିର ଅତି ଶୀଘ୍ର ଚିକିତ୍ସା ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କୋଶଳ ପ୍ରବାହରେ ଖବର ପ୍ରସାରିତ ହେବା ପରେ ଅନ୍ୟ କିଛି ଲୋକ ମଧ୍ୟ ସହାୟତାର ହାତ ବଢ଼ାଇ ଥିବା ପରିବାର ପକ୍ଷରୁ କୁହାଯାଇଛି ।
Next Post