ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୁଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ମେସିନ ମହିଳା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି । ଏହା ସହିତ ଅନ୍ତବାସୀମାନଙ୍କ ମନୋରଂଜନ ପାଇଁ ଏକ ଏଲ୍‌ସିଡ଼ି ଟିଭି ପ୍ରଦାନ କରାଯାଇଛି । ଏହି ସମସ୍ତ ସାମଗ୍ରୀକୁ ଅନୁଷ୍ଠାନର ଜଣେ ସକ୍ରିୟ ସହଯୋଗୀ ସନ୍ତୋଷ କୁମାର ଦାଶ ପ୍ରଦାନ କରିଛନ୍ତି ।

କାର୍ଯ୍ୟକ୍ରମରେ ମହିଳା ଟିମ ମୁଖ୍ୟ ମେନକା, ସବିତା, ରିତାଂଜଳି, ସନ୍ତୋଷିନୀ, ରୀତା, ବବିତା, ମାମିନା, କମଳିନୀ କାର୍ଯ୍ୟକ୍ରମରେ ସହଯେଗ କରିଥିଲେ । ରେନବୋ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର, ଜେନ ମୁଖ୍ୟ ଓ ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶ କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଏହି କାରାଗାରରେ ଅନେକ ଗୁଡ଼ିଏ ସାମାଜିକ କାର୍ୟ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.