ଘୂରି ବୁଲୁଛ‌ନ୍ତି ୨୪ ବଣୁଆ ହାତୀ : ଦଳି ଦେଉଛ‌ନ୍ତି ଚାଷୀ କପାଳ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ବଣୁଆ ହାତୀ‌ଙ୍କୁ ଦୌରା‌ତ୍ମ୍ୟରେ ଚାଷୀମାନେ ହ‌ନ୍ତସନ୍ତ ହୋଇ ପଡ଼ୁଥିବା ବେଳେ ସୁବର୍ଣ୍ଣପୁର ଜିଲା ବିନିକାରେ ୨୪ ହାତୀ ଚାଷ ଉପଦ୍ରବ ଦେଖାଦେଇଥିବା ଜଣାପଡ଼ିଛି । ବାରମ୍ବାର ପ୍ରକୃତିର ତାଡ଼ନାର ଶିକାର ହୋଇ ଚାଷୀର ଅଂଟା ଭାଂଗି ପଡ଼ୁଥିବା ସମୟରେ ବଣୁଆ ହାତୀ ଦଳି ଦେଉଛ‌ନ୍ତି ଚାଷୀ‌ଙ୍କ କପାଳ ବୋଲି ସାଧାରଣରେ ଆଲୋଚନା ହେଉଛି । ଅଂଚଳର ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ଏହି ୨୪ ଘରିଆ ହାତୀପଲ ଦଳି ଚକଟି ଶହ ଶହ ଏକର ପରିବା ଚାଷ ନଷ୍ଟ କରି ଦେଇଥିବା ଅଭିଯୋଗ ଆସୁଛି । ଅଂଚଳବାସୀ ହାତୀଙ୍କ ପାଇଁ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବନବିଭାଗ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.