p purohi

ସଇଁତଲାରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର : ଶକ୍ତି ପଦର୍ଶନ କରି ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ

dr. purohit

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ଠାରେ ବିଜୁ ଜନତା ଦଳ ଆଜି ତାର ଶକ୍ତି ପ୍ରଦର୍ଶନ କରିଥିଲା । ଆଗକୁ ନିର୍ବାଚନ ଅଛି । ତାପମାତ୍ରା ଯେତେ ବଢ଼ିବାରେ ଚାଲିଛି ନିର୍ବାଚନର ମଧ୍ୟ ଶରଗରମ ବଢ଼ିବାରେ ଚାଲିଛି । ଆଜି ସଇଁତଲା ଠାରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ନିର୍ବାଚନୀ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସଇଁତଲା ରେଲୱେ ଷ୍ଟେସନ୍‌ ଠାରେ ଏକ ଆୟୋଜିତ ନିର୍ବାଚନୀ ସଭାରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଯୋଗଦେଇ ସିଧାସଳଖ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କାର୍ଡ, ମିଶନଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା, କଲେଜ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ସହାୟତା ରାଶି, ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନୁଦାନ ବୃଦ୍ଧି, ଟିଟିଲାଗଡ଼ ବିଧାନସଭା କ୍ଷେତ୍ରରେ ଜଳସେଚନ ପାଇଁ ନଦୀ ମାନଙ୍କୁ ବ୍ୟାରେଜ ନିର୍ମାଣ, ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ କାମ ଚାଲିଥିବା ବେଳେ ଅନେକ ନଦୀ ଉପରେ ବ୍ରିଜ୍‌ ନିର୍ମାଣ କାମ ଚାଲିଥିବା ଭି. କେ. ପାଣ୍ଡିଆନ କହିଥିଲେ । ବିରୋଧୀ ବିଜେପି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗାଳି ଦେଉନାହିଁ ସେମାନେ ସମଗ୍ର ଓଡିଶାବାସୀଙ୍କ ପ୍ରତି କୁଠାରଘାତ କରିବା ସହ ଛତିଶଗଡରୁ ବିଜେପି ନେତା ମନ୍ତ୍ରୀମାନଙ୍କୁ ଆଣି ଗୁଣ୍ଡା ଗର୍ଦୀ କରିବା ସହ ଟଙ୍କା ବାଣ୍ଟି ଭୋଟ୍‌ କିଣିବାକୁ ଉଦ୍ୟମ କରୁଥିବା କହିଛନ୍ତି । ପାଣ୍ଡିଆନ ସିଧାସଳଖ ବିରୋଧୀ ବିଜେପିକୁ ଟାର୍ଗେଟ୍‌ କରିବା ସହ ଆସନ୍ତା ୨୦ ତାରିଖ ଦିନ ଦୁଇ ଗୋଟି ଶଙ୍ଖ ଉପରେ ମୋହର ମାରି ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ କ୍ଷମତାକୁ ଆଣି ଦେଶରେ ରେକର୍ଡ କରିବାକୁ ଆହ୍ୱାନ ଦେଇଛନ୍ତି ୫ଟି ଅଧ୍ୟକ୍ଷ । ଆଜିର ଏହି ସଭାରେ ଦଶ ବର୍ଷ ମଧ୍ୟରେ ଅଞ୍ଚଳର ହୋଇଥିବା ଏବଂ ହେବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟର ତାଲିକା ପ୍ରଦାନ କରିଥିଲେ ମନ୍ତ୍ରୀ ଟୁକୁନୀ ସାହୁ । ବିରୋଧିଙ୍କ କାମ ହେଲା ଉନ୍ନତି ମୂଳକ କାମକୁ ବିରୋଧ କରିବା । ଯେତେ ବିରୋଧ କଲେ ମଧ୍ୟ ଲୋକଙ୍କ ଉନ୍ନତିକୁ ରଖିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ପାଇଁ ଲୋକମାନଙ୍କ ପାଇଁ, ଜନସ୍ୱାର୍ଥ ପାଇଁ କାମ କରିଆସିଛନ୍ତି ଆଗକୁ ମଧ୍ୟ ସବୁ ଲୋକମାନଙ୍କ ପାଇଁ କରିବେ । ଏଣୁ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନି ସାହୁଙ୍କୁ ଯୋଡି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ । ସଭାରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ପର୍ଯ୍ୟବେକ୍ଷକ ଲୋଟସ୍‌ ଷଡ଼ଙ୍ଗୀ, ଚନ୍ଦ୍ରବଦନ ପୁରୋହିତ, ମାନଭଞ୍ଜନ ପାଣିଗ୍ରାହୀ, ଲାଲୁ ଅଗ୍ରୱାଲ, ଟୁନୁ ରାଜପଲିଆଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।

nrusinghnath
Leave A Reply

Your email address will not be published.