om academy

ଯାଞ୍ଚ ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କା ଜବତ ସହ ୨ ଜଣଙ୍କୁ ଗିରଫ କଲା ପୋଲିସ

jsm

ପିପିଲି : ପିପିଲି ଉପନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତିକି ସର୍‌ଗରମ୍‌ ହୋଇ ଉଠୁଛି । ତେବେ ଆଜି ପୋଲିସ ପକ୍ଷରୁ ଟୋଲଗେଟରେ ଯାଞ୍ଚ ବେଳେ ଦୁଇ ଜଣ ଯୁବକ ଏକ ପଲସରରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । ପୁଲିସ ଉଭୟଙ୍କୁ ତରାକାଜ ଛକ ନିକଟରେ ଧରିଥିଲା ଏବଂ ତା‌ଙ୍କ ଠାରୁ ୫୦ ଳକ୍ଷ ଟଙ୍କା ଜବତ ମଧ୍ୟ କରିଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା ଆଉ ଟଙ୍କା କୁଆଡେ ଯାଉଥିଲା ସେ ନେଇ ଘଟଣାରରେ ସଂପୃକ୍ତ ୨ ଜଣ ଯୁବକ‌ଙ୍କୁୁ ଥାନରେ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.