ଓଲଟିଲା ଫଳ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌, ୨ ଆହତ : ଫଳ ବୋହିନେଲେ ଦେଖଣାହାରୀ

ଧର୍ମଗଡ, (କେପିଏନ୍‌ଏସ୍‌) : ଓଲଟିଲା ଫଳ ବୋଝେଇ ପିକଅପ ଭ୍ୟାନ୍‌ । ଦୁର୍ଘଟଣା ଫଳରେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ୧୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ପିକଅପ୍‌ ଭ୍ୟାନ୍‌ । ଦୁର୍ଘଟଣାରେ ପିକଅପ ଭ୍ୟାନ୍‌ ଡ୍ରାଇଭର ମଳୟ ନାଏକ ଓ ହେଲପର ଆହତ ହୋଇଛନ୍ତି । ରାସ୍ତାରେ ପଡିଥିବା ଫଳକୁ ଦେଖଣା ହାରୀ ଲୋକମାନେ ନେବାରେ ଲାଗିପଡିଛନ୍ତି । ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁବାର ଦିନ ଭବାନୀପାଟଣାରୁ ନବରଙ୍ଗପୁର ଯାଉଥିବା ବେଳେ ପଛ ଚକା ଫାଟିବା ଯୋଗୁଁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!