ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୂଲ୍ୟା ଜଳଗଣ୍ଡରେ ବୁଡ଼ିଯାଇଥିବା ଜଣେ ଶିକ୍ଷିତ ଯୁବକ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ଫାୟାର ବ୍ରିଗେଡ଼ିଅର ଏବଂ ଓଡ୍ରାଫଟିମ୍ ତନାଘନା କରି ଜଳଗଣ୍ଡରେ ଖୋଜା ଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକର ପତ୍ତା ମିଳିଲା ନାହିଁ । ଏ ଖବର ଛତ୍ରପୁର ସହରରେ ଆଲୋଡିତ ଓ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଖବର ନେବାରେ ଜଣାଯାଇଛି ଯେ, ଯୁବକଙ୍କ ନାମ ମୀନକେତେନ ମହାରଣା (୨୮) ସେ ଛତ୍ରପୁର ସଦରମହକୁମା ସ୍ଥ ଡିଆରଡିଏ କାର୍ଯ୍ୟାଳୟରେ ଜଣେ ପିଅନ କର୍ମଚାରୀରେ ରହି ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ଛତ୍ରପୁର ଦେବୀନଗର ଫାଷ୍ଟ-ଲାଇନରେ ଭଡ଼ା ଘରେ ତାଙ୍କ ପରିବାର ସହ ରହୁଥିଲେ । ମଙ୍ଗଳବାର ସରକାରୀ ଛୁଟି ହେତୁ ତାଙ୍କ ସାଙ୍ଗସାଥୀଙ୍କ ସହ ମିଶି ବୁଲିବାକୁ ଯାଇଥିଲେ । ଯାହାକି ଛତ୍ରପୁର ସହରଠାରୁ ମାତ୍ର ୧୭କିମି ଦୂର ଶରଭୂଇଁପୁର ଗ୍ରାମକୁ ବୁଲିଯାଇଥିଲେ । ଗ୍ରାମର ଜଳାଶୟ ଓ ସବୁଜିମା ଦେଖି ଯୁବଗୋଷ୍ଠୀ ଉନ୍ମାଦନା ହୋଇ ସେଲ୍ଫି ଫଟୋ କାଢ଼ିବାରେ ବ୍ୟସ୍ତ ଥିଲେ । ଠିକ୍ ସେତିକି ବେଳକୁ ମଜାମଉଜ କରିବା ନେଇ ଏକ ଅଘଟଣ ଘଟି ଯାଇଥିଲା । ଯାହା ସମସ୍ତଙ୍କ ପାଇଁ ଏକ ଦୁଃଖଦାୟକ ଖବର ଆଣିଦେଇଛି । ଯୁବକ ମୀନକେତେନ ଏକ କେନାଲ ଶଙ୍ଖହିଡ ଉପରେ ଠିଆ ହୋଇଥିବା ବେଳେ ଗୋଡ଼ଖସି ଜଳଗଣ୍ଡରେ ପଡ଼ି ପ୍ରଖର ଜଳସ୍ରୋତରେ ସେ ଭାସି ଭାସି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ଏହା ଯେ, ଛତ୍ରପୁର ସହର ପାଇଁ ଏକ ଦୁଃଖଦଭରା ଘଟଣା ହୋଇଛି । ଉକ୍ତ କେନାଲର ସୁଅ ସହ ପ୍ରାୟ ଆଠକିମି ଦୂର ସଂଯୋଗ ଥିବା ଗଞ୍ଜାମସହର ରେଳ ଓଭରବ୍ରିଜ ସଂଲଗ୍ନ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଯାନ୍ତ୍ରିକ ବୋଟ ଯୋଗେ ପ୍ରାୟ ୨୭ ଘଣ୍ଟା ଧରି ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକର କୌଣସି ପତ୍ତା ମିଳିପାରିଲା ନାହିଁ । ଋଷିକୂଲ୍ୟା ଘାଟ ଯାଏଁ ସବୁ ଦିଗରୁ ଅଗ୍ନିଶ୍ରମ ବାହିନୀ ଏବଂ ଓଡ୍ରାଫ ଟିମ୍ ଖୋଜି ନିରାଶ ହୋଇ ଫେରିଛନ୍ତି । ଏ ଘଟଣା ଆହୁରି ତାଙ୍କ ଘର ଲୋକଙ୍କୁ ବ୍ୟଥିତ କରିଛି । ଏଣେ ଉକ୍ତ ଯୁବକଙ୍କ ପରିବାର ଲୋକଙ୍କର କ୍ରନ୍ଦନର ରୋଳ ଓ ଦୁଃଖଦର କୋଳାହଳରେ ତିନିଦିନ ହେଲା ଘାରି ହୋଇଛନ୍ତି । ଏଭଳି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
Prev Post