ommm
jittmm

ପୂଜାମଣ୍ଡପ (ଗାନ୍ଧୀ ପାଠାଗାର) ଟିକ୍ରାପଡାରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଟିକ୍ରାପଡା ପୂଜାମଣ୍ଡପ, ଗାନ୍ଧୀ ପାଠାଗାରରେ ଚଳିତ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ମହାସମାରୋହରେ ପାଳନ କରାଯିବାକୁ ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ତଥା ୫୦ ବର୍ଷ ଧରି ଏହି ଆୟୋଜନର ପୁରୋଧା ବିକ୍ରମାନନ୍ଦ ବହିଦାର ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦଶ ଦିନ ଧରି ଭୋଗ ବଣ୍ଟନ ସହ ପୂଜା ମଣ୍ଡପକୁ ସାଜସଜ୍ଜା କରାଯିବାର ପ୍ରସ୍ତାବ ଦେଇଥିଲେ । ପାଠାଗାରର ସମ୍ପାଦକ ପ୍ରଦୀପ ସାହୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ରୂପରେଖ ଉପସ୍ଥାପନ କରିଥିଲେ । ଉପ-ସଭାପତି ସନ୍ତକ ବହିଦାର ପ୍ରତ୍ୟେକ ଦିନ ଭୋଗ ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସମାରୋହ ସହ ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରଣ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ନୀଳମଣି ମିଶ୍ର, ରବିନାରାୟଣ ବହିଦାର, ସୂର୍ଯ୍ୟ ପୁରୋହିତ, ମଧୁସୁଦନ ନାୟକ, ସତ୍ୟନାରାୟଣ ବେହେରା, ବୈଷ୍ଣବ ସାହୁ, ପୀତବାସ ପଣ୍ଡା, ଯଶବୀର ସିଂହ, ପୂର୍ଣ୍ଣଚନ୍ଦ୍ର ପାଣି, ରାଜେନ୍ଦ୍ର ମିଶ୍ର ପ୍ରମୁଖ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ । ବିଭିନ୍ନ କମିଟିମାନ ଗଠନ କରାଯାଇ ଏହି କମିଟି ମାନଙ୍କର ସଭ୍ୟ ରୂପେ ଚିତ୍ତ ରଂଜନ ସାହୁ, ଜିତେନ୍ଦ୍ର ନାଗ, ରାଜେନ୍ଦ୍ର ପାଣି, ଦାଶରଥି ସାହୁ, ସଞ୍ଜୟ ଗଡତ୍ୟା, ସୁରୁ ସାହୁ, ପ୍ରମୋଦ ସାହୁ, ଅଜିତ ପଣ୍ଡା, ବାବୁ ଶ୍ରୀଚନ୍ଦନ, ଆକବର ଖାନ, ସଂଗ୍ରାମ ବହିଦାର, ଜିତୁ ମଟାରୀ, ଅମରଦୀପ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ପାଠାଗାରର ସଭ୍ୟ ବିଧୂଭୂଷଣ ତ୍ରିପାଠି, ମହେନ୍ଦ୍ର ବାଗ, ଅବଦୁଲ ରଜାକ, ଆନିଶ ସାହୁ, ଅନିଲ ସାହୁ, ପ୍ରମୋଦ ପ୍ରଧାନ, ଦୁର୍ଯ୍ୟ ଗଡତ୍ୟା, ଦ୍ୱିଜରାଜ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.