pr

ବରଗଡ଼ ଠାରେ ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ରକ୍ତଦାନ ଶିବିର

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମାନବ ସେବା ହିଁ ମାଧବ ସେବା । ନିଜେ ନ ଖାଇକି ଅନ୍ୟ ଲୋକଙ୍କ ଭୋକ ଉପାସରେ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ଦୁଃଖ ଦେଖିନ ପାରି ସବୁବେଳେ ସବୁ ସମୟରେ ଲୋକଙ୍କ ସେବା ସହଯୋଗ କରିଆସୁଥିବା ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅଗ୍ରଗାମୀ ଯୁବକ ସଂଘ ପରିସସରେ ଯୁବା ମଞ୍ଚର ସଭାପତି ଅଜିତ ପତିଙ୍କ ପରାମର୍ଶରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ଅନେକ ଉତ୍ସାହିତ ରହିବା ସହ ରକ୍ତ ଦାନ ମଧ୍ୟ କରିଥିଲେ । ଏହି ରକ୍ତ ଦାନ ଶିବିରକୁ ସମାଜସେବୀ ରାଧାରାଣୀ ମିଶ୍ର ଉଦଘାଟନ କରିଥିବା ବେଳେ ସୁଚିସ୍ମିତା ଷଡ଼ଙ୍ଗୀ, ବିଜୟନ୍ତି ମେହେର, ସୁରେଖା ସେଠ, ସୁପ୍ରିୟା ସାହୁ, ମେନକା ଶ୍ରୀଧର, ଅନୁପମା ଘିବଳା, ଅରୁଣା ଘିବଲାଙ୍କ ସମେତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ୩୨ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।

nrusinghnath
Leave A Reply

Your email address will not be published.