
ହୁରିୟତ ସହ ଜଡ଼ିତ ଦୁଇଟି ଗୋଷ୍ଠୀର ବିଚ୍ଛିନ୍ନତାବାଦ ପରିତ୍ୟାଗ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
- ମୋଦୀ ସରକାର ଅଧୀନରେ ବିଚ୍ଛିନ୍ନତାବାଦ ଶେଷ ହେଉଛି ଏବଂ ସମଗ୍ର କାଶ୍ମୀରରେ ଏକତାର ବିଜୟ ପ୍ରତିଧ୍ୱନିତ ହେଉଛି
ନୂଆଦିଲ୍ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ମିତ ନୂତନ ଭାରତ ଉପରେ ବିଶ୍ୱାସ ରଖିବା ଲାଗି ହୁରିୟତ ସହ ଜଡ଼ିତ ଆଉ ଦୁଇଟି ଗୋଷ୍ଠୀ ଯଥା ଜେ ଆଣ୍ଡ କେ ତାହି ରିକି ଇଷ୍ଟେକଲାଲ ଏବଂ ଜେ ଆଣ୍ଡ କେ ତାହିରିକ-ଇ-ଇସ୍ତିକାମତଙ୍କ ବିଚ୍ଛିନ୍ନତାବାଦକୁ ପରିତ୍ୟାଗ କରିବା ନିଷ୍ପତ୍ତିକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ସ୍ୱାଗତ କରିଛନ୍ତି । ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ଅଧୀନରେ ବିଚ୍ଛିନ୍ନତାବାଦ ଶେଷ ହେଉଛି ଏବଂ ସମଗ୍ର କାଶ୍ମୀରରେ ଏକତାର ବିଜୟ ପ୍ରତିଧ୍ୱନିତ ହେଉଛି ।