jayashree

ସାଂସଦ ନିରଞ୍ଜନ ବିଶିଙ୍କ ନୂତନ ବସ୍‌ ଟର୍ମିନାଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବଲାଙ୍ଗିର ନୂତନ ବସ୍‌ ଟର୍ମିନାଲକୁ ପରିଦର୍ଶନ କରିଛନ୍ତି । ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ବିଶି ଓଡିଶାର ସାମୂହିକ ବିକାଶ ପାଇଁ ରାଜ୍ୟର ନବୀନ ସରକାର କାର୍ଯ୍ୟ କରି ଆସୁଛନ୍ତି । ଆଦିବାସୀ ଛାତ୍ରାବାସ ନିକଟରେ ନୂତନ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଥିବାରୁ ଆଦିବାସୀ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ । ବସ୍‌ଷ୍ଟାଣ୍ଡରେ ରହିଥିବା ବିଭିନ୍ନ ଅସୁବିଧା ପର୍ଯ୍ୟାୟକ୍ରମେ ଦୂର ହେବ ବୋଲି ପ୍ରକାଶ କରିବା ସଙ୍ଗେ ଘରୋଇ ବସ୍‌ ମାଲିକ ସଂଘର ପ୍ରସ୍ତାବିତ କାର୍ଯ୍ୟାଳୟ ସ୍ଥାନକୁ ପରିଦର୍ଶନ କରିଥିଲେ । ବଲାଙ୍ଗିର ଜିଲ୍ଲାର ଜନ ସମସ୍ୟା ଓ ଆଦିବାସୀ ସମାଜର ସମସ୍ୟାକୁ ରାଜ୍ୟସଭାରେ ଉତ୍‌ଥାପନ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ତାଙ୍କ ଉଦ୍ୟମ ଜାରି ରହିବ ବୋଲି କହିବା ସଙ୍ଗେ ଆଦିବାସୀ ସମାଜର ବିକାଶ ପାଇଁ ସେ ସଂକଳ୍ପିତ ବୋଲି କହିଥିଲେ । ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ ମଞ୍ଚାସୀନ ଥିଲେ । ବସ୍‌ ମାଲିକ ସଂଘର କର୍ମଚାରୀ, ବସ୍‌ଷ୍ଟାଣ୍ଡ କର୍ମଚାରୀ ଓ ମା’ ଶକ୍ତି କାଫେ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଫେଡେରେସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଭ୍ୟ ଡମ୍ବରୁଧର ଆଚାର୍ଯ୍ୟ, ମନୋଜ ଗୁରୁ, ମାନସ ରଞ୍ଜନ ନାୟକ, ସତ୍ୟ ପ୍ରକାଶ ପତି, ହିମାଂଶୁ ନାଏକ, ପିଣ୍ଟୁ ପଟ୍ଟନାୟକ, ସରୋଜ ଗୁରୁ, ପ୍ରାଣନାଥ ପଧାନ, ଭବାନୀଶଙ୍କର ପଟେଲ, ମୁନା ଶତପଥି, ସୁରେଶ ହରିପାଲ, ପାରିଶ ପଟେଲ, ଅରୁଣ ବରାଇ, ଧ୍ରୁବରାଜ ସିଂଦେଓ, ରିଙ୍କୁ ଭୋଇ, ଟିକୁ ନନ୍ଦ, ଲକି ସାହୁ, ଜୟନ୍ତ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.