ବିକାଶ ଡିଗ୍ରୀ କଲେଜର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌ ଉଦ୍‌ଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିକାଶ ଗ୍ରୁପ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିକାଶ ଗସ୍ତ ସଫଳତାର ସହିତ ସଂପନ୍ନ ହୋଇଛି । ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍‌ ଡି. ମୁରଲୀ କ୍ରିଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଜି. ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡି. ନାଗେଶ୍ୱର ରାଓ, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍‌ ଜି. ରାମକ୍ରିଷ୍ଣା, ବିକାଶର ବରଗଡ଼ ଶାଖାର ସମସ୍ତ ଅଧ୍ୟକ୍ଷ ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କୁଳପତିଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା । ବିକାଶ କର୍ତ୍ତୃପକ୍ଷ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍‌ ସଭ୍ୟ ଅଶ୍ୱିନୀ କୁମାର ସାହୁଙ୍କ ଉପସ୍ଥିତିରେ କୁଳପତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସୁନିତା ମିତ୍ତଲଙ୍କ କରକମଳରେ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌ର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଶ୍ରୀ ମିତ୍ତଲ ବିକାଶ ଦ୍ୱାରା ପରିଚାଳିତ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବରେ ଭାବର ଆଦାନ ପ୍ରଦାନ କରିଥିଲେ ଏବଂ ଶିକ୍ଷା ସହିତ ତାଙ୍କର ବୈଷୟିକ ଓ ବ୍ୟବହାରିକ କର୍ମକୁଶଳତାକୁ ପ୍ରଶଂସା କରିଥିଲେ । ବିକାଶ ଚେୟାର୍‌ମେନ୍‌ଙ୍କ ଉପସ୍ଥିତିରେ କୁଳପତି ବିକାଶ ବରଗଡ଼ ଶାଖାର ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ସମାଜ ଓ ପରିବେଶ ପ୍ରତି ବିକାଶର ସମ୍ବେଦନଶୀଳତାକୁ ଭୂୟସୀ ପ୍ରଶଂସା କରିଥିଲେ । ବିକାଶ ଅଡିଟୋରିଅମ୍‌ ଠାରେ ଅନୁଷ୍ଠିତ କୁଳପତିଙ୍କର ଛାତ୍ରଛାତ୍ରୀଙ୍କ ସହିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା କୁଳପତିଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନ୍ୟବର କୁଳପତି ବିକାଶ ଡିଗ୍ରୀ କଲେଜ, ବିକାଶ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଓ ବିକାଶ ଲ’ ସ୍କୁଲ୍‌ର ୩୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଦୀର୍ଘ ୪୫ ମିନିଟ୍‌ର ଏହି ପ୍ରବନ୍ଧନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ଭବିଷ୍ୟ ନିର୍ମାଣ ପାଇଁ ଆବଶ୍ୟକୀୟ ଉପାଦାନ ଉପରେ ହୃଦ୍‌ବୋଧ୍ୟ ଏବଂ ହୃଦ୍‌ଭେଦ୍ୟ ସଂପର୍କରେ ଆଲୋଚନା କରିଥିଲେ । ଜ୍ଞାନ, କୌଶଳ ଏବଂ ଯୁକ୍ତାତ୍ମକ ଚିନ୍ତାଧାରା ହିଁ ସଫଳତାର ଚାବିକାଠି ଏବଂ ଯୋଗାଯୋଗ ଦକ୍ଷତା ହିଁ ଉଜ୍ୱଳ ଭବିଷ୍ରତର ପ୍ରଥ ପ୍ରଶସ୍ତ କରେ ବୋଲି ମାନ୍ୟବର କୁଳପତି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ମନଛୁଆଁ ଉତ୍ତର ଦେଇ କୁଳପତି ସମସ୍ତଙ୍କର ମନ ଜିଣି ପାରିଥିଲେ । ଛାତ୍ରଛାତ୍ରୀଙ୍କ ଗହଣରେ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା କୁଳପତିଙ୍କର ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଡି.ମୁରଲୀ କ୍ରିଷ୍ଣା ବିକାଶ ଗ୍ରୁପ୍‌ର ଭବିଷ୍ୟ କାର୍ଯ୍ୟପ୍ରଣାଳୀ ଏବଂ ଯୋଜନା ସମ୍ବନ୍ଧିତ ତଥ୍ୟ ଉପସ୍ଥାପନା କରିଥିଲେ ଏବଂ ବିକାଶର ସମାମୋନ୍ମୁଖୀ ପଦକ୍ଷେପ ତଥା ସୁସ୍ଥ ଓ ଶିକ୍ଷିତ ସମାଜ ନିର୍ମାଣରେ ବିକାଶ ଗ୍ରୁପ୍‌ର ଭୂମିକାକୁ କୁଳପତି ପ୍ରଶଂସା କରିଥିଲେ । ଶେଷରେ ବିକାଶ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟର ଅଧ୍ୟକ୍ଷ ଡ.କ୍ଷୀରୋଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.