ଭବାନୀପାଟଣାରେ ମୁଣ୍ଡ ପରାଶର ପରିବାରର ରାଜ୍ୟସ୍ତରୀୟ ମହା ସମାବେଶ

  • ସଂଗଠନ ଶକ୍ତି ହିଁ ମାନବିକତାର ସଂସ୍କୃତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମ୍ପର୍କ, ସଂଗଠନ ଓ ସମ୍ପୃକ୍ତି ଏକ ସମାଜ ତଥା ରାଷ୍ଟ୍ରର ସଂସ୍କୃତିକୁ ବିଶ୍ୱମୁହାଁ କରିଥାଏ । ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ କାର୍ଯ୍ୟ କଲେ ସଫଳତା ମିଳେ ବୋଲି ରିଷିଗାଁଠାରେ ଆୟୋଜିତ ମୁଣ୍ଡ ପରାଶର ପରିବାର ତରଫରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ମହା ସମାବେଶରେ ଅତିଥିଗଣ ମତପ୍ରକାଶ କରିଥିଲେ । ଡ. ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସୁରେଶ ଚନ୍ଦ୍ର ମୁଣ୍ଡ, ଜଗଦୀଶ୍ଵର ମୁଣ୍ଡ, ସନତ କୁମାର ମୁଣ୍ଡ, ଭାରତ ଭୂଷଣ ମୁଣ୍ଡ, ମଳୟ କୁମାର ମୁଣ୍ଡ ଓ ଜଗନ୍ନାଥ ମୁଣ୍ଡ ପ୍ରମୁଖ ମଂଚାସୀନ ହୋଇ ଦେଶ, ଜାତି ଓ ସମାଜ ପାଇଁ ସଂଗଠନର ଭୂମିକା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ମହର୍ଷି ପରାଶର ଓ ମା’ ମାଣିକେଶ୍ୱରୀଙ୍କ ପ୍ରତିଛବିରେ ପୂଜାର୍ଚ୍ଚନା ସହ ଦିବଂଗତ ଆତ୍ମାଙ୍କ ସଦଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ହରିଶ୍ଚନ୍ଦ୍ର ମୁଣ୍ଡଙ୍କ ପରିଚାଳନା ଓ ପ୍ରତାପ ଚନ୍ଦ୍ର ମୁଣ୍ଡଙ୍କ ଗୀତକୁ ପରାଶର ପରିବାରର ଶିଳ୍ପୀଗଣ ପ୍ରାରମ୍ଭିକ ସଂଗୀତ ଭାବେ ଗାନ କରିଥିଲେ । କଳାହାଣ୍ଡି ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ମୁଣ୍ଡ ସମ୍ପାଦକୀୟ ଓ ଅର୍ଥ କମିଟି ମୁଖ୍ୟ ଦୀନବନ୍ଧୁ ମୁଣ୍ଡ ବାର୍ଷିକ ଆୟବ୍ୟୟ ଉପସ୍ଥାପନା କରିଥିଲେ । ପରିବାରର ୮୦ ବର୍ଷରୁ ଅଧିକ ବୟସ୍କ ଗୁରୁଜନ ଓ ସାଙ୍ଗଠନିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ହେମନ୍ତ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ ହରିଶ୍ଚନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିତେନ୍ଦ୍ର କୁମାର ମୁଣ୍ଡ, ସୁଢଳଦେବ ମୁଣ୍ଡ, ସୁଧୀର ମୁଣ୍ଡ, ସୁନୀତି ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ମୁଣ୍ଡ ପରାଶର ପରିବାରର କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୁଣ୍ଡ ପରାଶର ବଂଶାବଳୀ ପ୍ରସ୍ତୁତ ତଥା ସାଂଗଠାନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇ ଥିଲା । ଉକ୍ତ ମହାସମାବେଶରେ ପଡୋଶୀ ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଓ ସୋନପୁର ଜିଲ୍ଲାରୁ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୧୦୦୦ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.