ppurohit

ସେମିକନ୍ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

2nd

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘‘ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ବିଷୟ ଆଲୋଚନାରେ ସାମିଲ ଥିଲା ।’’ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : ‘ଆଜି ଦିନର ପ୍ରାରମ୍ଭରେ, ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କଲି । ଭାରତର ସମ୍ଭାବନା ଉପରେ ସେମାନଙ୍କର ଆତ୍ମବିଶ୍ୱାସ ସ୍ପଷ୍ଟ ରୂପେ ପ୍ରତିଫଳିତ ହେଉଛି ଏବଂ ଭାରତକୁ ବିଶ୍ୱ ସେମିକଣ୍ଡକ୍ଟର ନବୋନ୍ମେଷ ଏବଂ ଉତ୍ପାଦନର ଏକ ଅଗ୍ରଣୀ କେନ୍ଦ୍ର ଭାବେ ସେମାନେ ଭାରତରେ ବଡ଼ ନିବେଶ କରିବା ଲାଗି ପ୍ରସ୍ତୁତ । ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ଼ ଭିତ୍ତିଭୂମି ନିର୍ମାଣ ଏବଂ ନବୋନ୍ମେଷ ସହିତ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ବିଷୟ ଆଲୋଚନାରେ ସାମିଲ ଥିଲା।’’

Leave A Reply

Your email address will not be published.