ommm
jittmm

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡୁଥିବାବେଳେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଦିନରାତି କାମ କରୁଥିବା ସାମ୍ବାଦିକ ଟିଏ ଆଜି ସୁରକ୍ଷିତ ନାହିଁ । ଖବର ସଂଗ୍ରହ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣର ଶିକାର ହେଉଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ କୁଲଥିପାଲି ଗାଁରେ ବଲାଙ୍ଗିର ଜିଲ୍ଲା ବଡଖବର ପ୍ରତିନିଧ ବିଜୟ ପ୍ରଧାନ ଦୁର୍ନୀତିର ଖବର ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ସେଠାରେ ଠିକାଦାର ଗଜେନ୍ଦ୍ର ଦଲେଇ ଓ ତାର ଗୁଣ୍ଡାମାନେ ଅତର୍କିତ ଭାବେ ଆକ୍ରମଣ କରି ମାଡ଼ ମାରି ଲହୁଲୁହାଣ କରିଥିଲେ । ଏନେଇ ଦୁଇଜଣଙ୍କୁ ପୋଲିସ ଆଜି ଗିରଫ କରିଥିବାବେଳେ ମୁଖ୍ୟ ଆସାମୀ ଫେରାର ଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାମ୍ବାଦିକ ଭାଇମାନେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନେୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ଆଜି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନଗଲେ ଆଗାମୀ ଦିନରେ ସାମ୍ବାଦିକମାନେ ନିଜ ସୁରକ୍ଷା ପାଇଁ ରାଜାରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.