ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକର ଯୁବ ସାମ୍ବାଦିକ ଦୀପକ କୁମାର ମିଶ୍ରଙ୍କ ଆଜି ଅକାଳ ବିୟୋଗ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଚଂଳରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକ ମହଲରେ ହୃଦୟ ବିଦାରକ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି । ପ୍ରକାଶ ଥାଉକି ସେ ଉଚ୍ଚରକ୍ତ ଚାପ ଜନିତ ବ୍ରେନଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଗତ ରବିବାର ସମହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଡାକ୍ତରମାନେ ତାଙ୍କୁ ମଙ୍ଗଳବାର ସକାଳେ ସଫଳତାର ସହ ମସ୍ତିଷ୍କ ଅସ୍ତ୍ରପଚାର କରିଥିଲେ । ଆଇସିୟୁରେ ରହି ଚିକିତ୍ସାଧିନ ଅବସ୍ଥାରେ ଏକ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଜି ତାଙ୍କର ଅକାଳ ବିୟୋଗ ଘଟିଛି । ଏହି ଦାରୁଣ ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ଦୀପକଙ୍କ ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।