om academy

ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆଙ୍କ ପରଲୋକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଘସିଏନ ଗ୍ରାମର ବିଶ୍ଵାବସୁ ଅଶୀଘର ଶବର ସମାଜର ଜିଲ୍ଲା ସଭାପତି କଳାକାହ୍ନୁ ତୁମୁନିଆ(୬୫)ଙ୍କ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ପ୍ରଥମେ ଘସିଏନ ଡାକ୍ତରଖାନାରେ ଚିକିତ୍ସା ହୋଇ ଥିଲେ । ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ମେଳାପୀ ଶାନ୍ତ ଶିଷ୍ଠ ଓ ଲୋକପ୍ରିୟ ହେତୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ପଶ୍ଚିମ ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ଉପଦେଷ୍ଟା ସତ୍ୟନାରାୟଣ ଭୋଇ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.