oum

ଧର୍ମ ପ୍ରାଣ ବ୍ୟକ୍ତିଙ୍କ ପରଲୋକ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଥାନା ଅର୍ନ୍ତଗତ ଉର୍ଦୁନା ଗ୍ରାମର ଜଣାଶୁଣା ଭଦ୍ର ବ୍ୟକ୍ତି ମୋହନଲାଲ ହୋତାଙ୍କ (୭୩) ପରଲୋକ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଇଲାବତୀ, ଦୁଇ ପୁଅ ବୋହୂ ପ୍ରେମ ପ୍ରସାଦ – ନିକୀ, ରାମ ପ୍ରସାଦ- ରିଙ୍କି, ତିନି ଝିଅ ଜ୍ୱାଇଁ କଲ୍ୟାଣୀ- ଶରତ, ବନୀତା – ଗଣେଶ,କବିତା-ରବି ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଉର୍ଦୁନା ଓ ଆଖପାଖ ଗ୍ରାମରୁ ବହୁ ଭଦ୍ର ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁରେ ଏ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଉର୍ଦୁନା ସ୍ଵର୍ଗଦ୍ଵାରରେ ବଡ ପୁଅ ପ୍ରେମ ପ୍ରସାଦ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.