ବିଶିଷ୍ଟ ପାଲା ଗାୟକଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସବ୍‌ଡିଭିଜନ ଅନ୍ତର୍ଗତ ବୋଲଗଡ଼ ବ୍ଲକ ବୋରିକ-ନୂଆଗାଁର ବିଶିଷ୍ଟ ପାଲା ଗାୟକ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଗତକାଲି ପରଲୋକ ଘଟିଛି । ସେ ଜଣେ ସୁଦକ୍ଷ କଳାକାର ଭାବେ ସୁପରିଚିତ ଥିଲେ । ତାଙ୍କର ସୁଲଳିତ କଣ୍ଠର ଯାଦୁରେ ଦର୍ଶକଙ୍କୁ ସେ ବିମୋହିତ କରିଥାନ୍ତି । ସେ ବହୁ ସମାରୋହରେ ଅନେକ ସମ୍ମାନ, ପଦକ ଓ ଉପଢୌକନରେ ସେ ସମ୍ମାନିତ ହୋଇ ଆସିଥିଲେ । ସେ ଏକାଧାରରେ ଜଣେ ଶିକ୍ଷାବିତ, କଳାକାର, ଗାୟକ ଭାବେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ । ତାହାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.