ଛତ୍ରପୁରର ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁପୂଜନ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରାକ୍ତନ ରାଷ୍ଟ୍ରପତି ତଥା ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣାନ୍‌ଙ୍କ ଜନ୍ମ ଦିବସ ଅବସରରେ ଗୁରୁ ଦିବସ ସର୍ବତ୍ର ପାଳିତ ହୋଇଆସିଥାଏ । ଏହି ଅବସରରେ ଛତ୍ରପୁରର ବାଣୀ ଭବନ ପରିସର ସ୍ଥିତ ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁ ପୂଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଶିକ୍ଷକ କେ. ବିଭୀଷଣ ପାତ୍ର ଅତିଥି ଭାବେ ଯୋଗଦେଇ ଗୁରୁ କୃପା ଓ ଗୁରୁ ମହିମା ଉପରେ ଆଲୋକପାତ କରିଥିଲେ । ତତ୍ ସହିତ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ସମସ୍ତ ଗୁରୁଜୀ, ଗୁରୁମାଙ୍କୁ ପୁଷ୍ପଅର୍ଘ୍ୟ ଦେଇ ବନ୍ଦାପନା ଓ ପୂଜାର୍ଚ୍ଚନା କରି ଗୁରୁ ପୂଜନର ମହତ୍ତ୍ୱ ପ୍ରତିପାଦିତ କରିଥିଲେ ।

Leave A Reply

Your email address will not be published.