pr

କୋଶଳ ସାହିତ୍ୟ ଏକାଡେମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

dr. purohit

ତରଭା, (କେପିଏନ୍‌ଏସ୍‌) : କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ସ୍ଥାନୀୟ ଗଙ୍ଗାଧର ପାର୍କଠାରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. କ୍ଷୀରୋଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି, ଅଗ୍ନିଶମ ଅଧିକାରୀ ଅନିଲ ମିଶ୍ର ମୁଖ୍ୟ ବକ୍ତା ଓ ସମ୍ପାଦକ ରାଜେନ୍ଦ୍ର ଝାଙ୍କର ସମ୍ମାନିତ ବକ୍ତାଭାବେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଗଙ୍ଗାଧରଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପରେ ତପସ୍ଵିନୀ ପଟ୍ଟନାୟକ, ସରିତା ନାଏକ, ଚାନ୍ଦିନୀ ଦାଶ ପ୍ରମୁଖ ଗଙ୍ଗାଧରୀୟ ସାହିତ୍ୟିକୁ ନେଇ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଜନ୍ମଭୂମି ବରପାଲି ସ୍ଥିତ କବି ସ୍ମୃତି ସଦନଠାରେ ଗଙ୍ଗାଧରଙ୍କ ଚିଠିପତ୍ର, ଗ୍ରନ୍ଥାବଳୀ, ପାଣ୍ଡୁଲିପି ତାଙ୍କ ବ୍ୟବହୃତ କୋଟ, ଖଟ, ଗ୍ଲାସ୍, ଥାଳି, କଲମ, ଦୁଆତ ସମେତ ଅନେକ ସାମଗ୍ରୀର ରକ୍ଷଣାବେକ୍ଷଣ କରି ସରକାରୀ ସ୍ତରରେ ମେହେର ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାର ସମୟ ଉପନୀତ । କବିଙ୍କ ଜନ୍ମଭୂମି – କର୍ମଭୂମି ଅଞ୍ଚଳକୁ ଗଙ୍ଗାଧର ତୀର୍ଥକ୍ଷେତ୍ର ରୂପେ ରାଜ୍ୟ ସରକାର ଘୋଷଣା କରିବା ନିମନ୍ତେ ପଦେକ୍ଷପ ଗ୍ରହଣ କରିବା ଉଚିତ୍‌ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାନ୍ତାନାଥ ସରାଫଙ୍କ ସଭାପତିତ୍ୱରେ ଆୟୋଜିତ କୋଶଲୀ କବିତା ଆସରରେ ଯୁବକବି ହିରଣ୍ମୟ ପଟ୍ଟନାୟକ ଓ ସଞ୍ଜୀବ ସେଠି ସଂଯୋଜନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାର ତିରିଶରୁ ଅଧିକ କବି କବୟିତ୍ରୀ ସ୍ୱରଚିତ କବିତାମାନ ପାଠ କରିଥିଲେ । ପରେ କୁନି ନୃତ୍ୟଶିଳ୍ପୀ ଅଲିଭା ନାଏକ, ପ୍ରିୟଦର୍ଶିନୀ ଜେନା ଓ ରିନୀ ନାଏକ ପ୍ରମୁଖ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସଭା ଶେଷରେ ଯୁବକବି ରୋଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.