pr

ଆମ ଆଦମୀ ପାର୍ଟିର ସ୍ଥାପନା ଦିବସ ପାଳିତ

dr. purohit

ବରଗଡ଼, (ସତ୍ୟନାରାୟଣ ପଧାନ) : ୨୦୧୧ ମସିହାରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମୀ ପାର୍ଟି ୨୬ ନଭେମ୍ବର ୨୦୧୨ ମସିହାରେ ସ୍ଥାପନା ହୋଇଥିଲା । ସାରା ଦେଶରେ ପାର୍ଟିର କାର୍ୟ୍ୟକର୍ତାମାନେ ଏହି ଦିବସ ପାଳନ କରୁଥିବା ବେଳେ ବରଗଡ଼ରେ ମଧ୍ୟ ଏହି ସ୍ଥାପନା ଦିବସକୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଉଛି । ମା’ ସମଲେଶ୍ବରୀଙ୍କ ଠାରୁ ଆଶୀର୍ବାଦ ନେବା ପରେ ପୁରୁଣା ହସ୍ପିଟାଲ ଠାରେ କାର୍ୟ୍ୟକର୍ତା ମାନେ ରୋଗୀମାନଙ୍‌ଙ୍କୁ ଫଳ ବଣ୍ଟନ କରିଥିଲେ । ଆବାହକ ଭାବନୀ ସାହୁ ସମସ୍ତଙ୍କୁ ୮ ବର୍ଷର ସଂଘର୍ଷ ବାର୍ତା ଦେବା ସହ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପିଇବା ପାଣି, ଡ୍ରେନ, ରାସ୍ତା, ଶ୍ରମିକ, ଭୂମିହୀନ, ଯୁବକ, ମହିଳାମାନଙ୍କ ପ୍ରସଙ୍ଗରେ ପାର୍ଟିର କାର୍ୟ୍ୟକର୍ତା ମାନେ କାମ କରିବେ ବୋଲି ଶ୍ରୀ ସାହୁ କହିଥିଲେ। ଦିଲ୍ଲୀ ସରକାରଙ୍କ ଲୋକାଭିମୁଖୀ କାର୍ୟ୍ୟ ବିଷୟରେ ଅମିତାବ ପାତ୍ର, ରାଜ୍ୟ ସମ୍ପାଦକ କହିଥିଲେ । ଲିଗାଲ ସେଲର ଜିଲ୍ଲା ସମ୍ପାଦକ କ୍ଷୀରୋଦ ବାଗ, ମହିଳା ସଂଘଠନର ଯଶୋବନ୍ତି ପୋଢ଼, ମମତା ବେହେରା, ବାସମତି ବଂଛୋର, ଅନୁ ଭୋଇ, ଅସିତ ସାହୁ, ସୁଦାମ ସାହୁ, ଏମ୍‌ ସଲାଉଦିନ, ନନ୍ଦକିଶୋର ଲିଖମଣିଆ, ସତ୍ୟବ୍ରତ ସାହୁ, ରମେଶ ପତି ପ୍ରମୂଖ ଉପସ୍ଥିତ ରହିଥିଲେ ।

nrusinghnath
Leave A Reply

Your email address will not be published.