ଜାତୀୟ କୃମିନାଶକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ପ୍ରମୋଦ ନାଥ, ଶ୍ରୀମତୀ ନନ୍ଦିନୀ ମିଶ୍ର ଓ ଲେଖ୍ରୃ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ବଣ୍ଟନ କରାଯାଇଥିଲା ଓ ସମସ୍ତେ ତାହା ସେବନ କରିଥିଲେ । ସରକାର କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିହେବା ଉଦ୍ଦେଶ୍ୟ ନେଇ ଏହି ଦିବସ ପାଳନ କରିବାପାଇଁ ପଦକ୍ଷେପ ନେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ଆଜି କୃମିବଟିକା ଖାଇ ପାରିନାହାଁନ୍ତି ସେମାନେ ଆସନ୍ତା ୧୭ ଫେବୃୟାରୀ ମପ୍ ଅପ୍ ଦିବସରେ ଏହି ବଟିକା ଖାଇବେ । ଏଠାର ଉଲ୍ଲେଖଯୋଗ୍ୟ ଯେ କୃମିଜନିତ ସଂକ୍ରମଣର ଶିକାର ହୋଇ ଶିଶୁମାନେ ପୁଷ୍ଟିହୀନତା, ରକ୍ତହୀନତାରେ ଆକ୍ରାନ୍ତ ହୋଇ ତାଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।

Leave A Reply

Your email address will not be published.