oom

ରଘୁନାଥ ଦେବଙ୍କ ପୂଜା ମହାସମାରୋହରେ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତର ପିଢପାଟଣା ଗ୍ରାମରେ ରଘୁନାଥ ଦେବଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମାନସିକ କରିଥିବା ଗାଁର ମହିଳା ଏବଂ ପୁରୁଷମାନେ ପ୍ରଭାତରୁ ରଘୁନାଥ ଦେବଙ୍କ ପୂଜାର୍ଚ୍ଚନା କରିଥିଲେ । ପ୍ରଭାତରେ ବାଳଭୋଗ, ମଧ୍ୟାହ୍ନରେ ଶଙ୍ଖୁଡ଼ି ଭୋଗ ଓ ସଂଧ୍ୟାରେ ଅଲଣା ଯାଉ ଭୋଗ ସମର୍ପଣ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ପୂଜା ଉକ୍ତ ଗ୍ରାମରେ ଦୀର୍ଘ ଦିନ ଧରି ହୋଇ ଆସୁଅଛି । ମାନସିକ କଲେ ଇଚ୍ଛା ପୂରଣ ହୁଏ ବୋଲି ଗ୍ରାମର କେତେକ ମାନସିକଧାରୀ ମହିଳାମାନେ ମତପ୍ରକାଶ କରିଛନ୍ତି । ଏହି ପୂଜା ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ମଧ୍ୟରେ ପ୍ରତ୍ୟେକ ରବିବାର ପୂଜାର୍ଚ୍ଚନା କରାଯାଏ ଏବଂ ମକର ସଂକ୍ରାନ୍ତି ଦିନ ଏହି ପୂଜାର ଉଦ୍‌ଯାପନୀ ତଥା ସମର୍ପଣ କରାଯାଇଥାଏ । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରଘୁନାଥ ଦେବଙ୍କ ପୂଜା ସଂଧ୍ୟାରେ ଉଦ୍‌ଯାପନ ହୋଇଯାଇଛି । ଗ୍ରାମର ମାନସିକଧାରୀ ମହିଳା ସ୍ୱର୍ଣ୍ଣମୟୀ ଜେନା, କିରଣବାଳା ଜେନା, ଦିନମଣି ଜେନା, ରେଣୁବାଳା ଜେନା, ସ୍ୱର୍ଣ୍ଣଲତା ଜେନା, ମାନସିକଧାରୀ ବାଳିକା ଅର୍ପିତା ପ୍ରିୟଦର୍ଶନୀ, ଅମ୍ରିତା ପ୍ରିୟଦର୍ଶିନୀ, ସୁଦେଷ୍ଣା ପାଲଟାସିଂ ପ୍ରମୁଖ ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ସନ୍ଧ୍ୟାରେ ରତ୍ନଚିରା ନଦୀରେ ବିସର୍ଜନ କରିଥିଲେ । ସେହିପରି ଶ୍ରୀପତିପୁର, ତରବୋଇ ବିଭିନ୍ନ ଗ୍ରାମରେ ରଘୁନାଥ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.