oom

ଡୁମ୍ବେରବାହାଲ ସ୍କୁଲରେ ଶିଶୁ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ଶିଶୁ ହେଉଛି ଭବିଷ୍ୟତର ନାଗରିକ । ତେଣୁ ଶିଶୁର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଓ ଶିକ୍ଷାର ଉନ୍ନତି ହେଲେ ଶିଶୁମାନଙ୍କ ଉନ୍ନତି ହେବ ବୋଲି ଡୁମ୍ବେରବାହାଲ ସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ପାଳନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ସଭାପତି ବନବାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଶୁ ଦିବସକୁ ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଡେଜଲିଂ ଦନ୍ତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ହୀରାଧର ମେହେର ମୁଖ୍ୟ ଅତିଥି, ପାଇକମାଲ ଏବିଇଓ ଶିବ ପ୍ରସାଦ ଯୋଷୀ, ଅବସରପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ବାରିକ, ମାଣ୍ଡୋସିଲ ସିଆର୍‌ସି ବସୁଦେବ କୁମ୍ଭାର, ମାଲପଡା ସିଆର୍‌ସି ସନ୍ତୋଷ ମେହେର ଓ ସର୍ଗିବାହାଲ ସିଆର୍‌ସି ଶ୍ରୀ ଶିକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଶିଶୁମାନଙ୍କ ଉନ୍ନତି ଦିଗରେ ପିତାମାତା ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସହକାରୀ ଶିକ୍ଷକ ସୁଦାମ କନ୍ଧେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ପୂଜନ ହୋଇଥିବା ବେଳେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ପିତାମାତା ଅବିଭାବକ ଏଥିରେ ଯୋଗ ଦେଇଥିବାରୁ କାର୍ଯ୍ୟକ୍ରମଟି ଉତ୍ସବମୁଖର ହୋଇଥିଲା ।

jittmm
Leave A Reply

Your email address will not be published.